ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ୩୦ ସଖୀ ବୁଥ ପରିଚାଳନା କରିବେ ମହିଳା କର୍ମଚାରୀ

ମାଲକାନଗିରି,୧୨।୫ :  ସୋମବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥି ନିମନ୍ତେ ଶନିବାର  ସନ୍ଧ୍ୟାରେ ସରିଛି ନିର୍ବାଚନ ପ୍ରଚାର।୧୪୬ମାଲକାନଗିରି ଓ ୧୪୭ଚିତ୍ରକୋଣ୍ଡା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ବୁଥ ଗୁଡିକ ରେ ପୋଲିଂ ପାର୍ଟି ରବିବାର ସନ୍ଧ୍ୟା  ପୂର୍ବରୁ ପହଁଚି ସାରି ବୁଥ ଗୁଡିକ ରେ ନିର୍ବାଚନ ପ୍ରସ୍ତୁତି ପ୍ରାୟ ସାରି ଦେଇଛନ୍ତି। 

ସୋମବାର ମାଲକାନଗିରି ଜିଲ୍ଲା ର ୫୪୭ ବୁଥ ରେ ମତଦାନ କରିବେ ୪ଲକ୍ଷ ୫୨ହଜାର ୫୪୪ ଭୋଟର। ମହିଳା ଭୋଟର ଙ୍କୁ ମତଦାନ ପାଇଁ ଆକୃଷ୍ଠ କରିବା ନିମନ୍ତେ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସି ଅଞ୍ଚଳରେ ରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବେ ୩୦ ଟି ସଖୀ ବୁଥ ଖୋଲା ଯାଇଛି, ଏହି ବୁଥ କୁ ପରିଚାଳନା କରିବେ ମହିଳା କର୍ମଚାରୀ.ପୁଲିଙ୍ଗ ଅଫିସର, ପୁଲିସ କର୍ମଚାରୀ  ମୋଟ ୭ ଜଣ ଲେଖା ପ୍ରତି ଶଖି ବୁଥ ରେ ମହିଳା ହିଁ ରହିବେ।

 ଆଜି ମାଲକାନଗିରି ପଲି ଟେକନିକ କଲେଜ ପରିସର ପୁଲିଙ୍ଗ ପାର୍ଟି ବିତରଣ କେନ୍ଦ୍ର ରୁ ୩୦ ଟି ସଖୀ ବୁଥ ର ମହିଳା ପୁଲିଙ୍ଗ ପାର୍ଟି ଇଭିଏମ ମେସିନ ଓ ନିର୍ବାଚନ ସମ୍ପର୍କୀୟ କାଗଜ ପତ୍ର ଧରି ଲଷ୍ମୀ ବସ ରେ ନିଜ ନିଜ ବୁଥ ରେ ପହଁଚି ସାରି ଛନ୍ତି। ସୋମବାର ଦିନ ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି, ଏହି ଦୁଇଟି ବିଧାନସଭା ଆସନ ପାଇଁ ମୋଟ ୫୪୭ଟି ଭୋଟ କେନ୍ଦ୍ର କରାଯାଇଛି। ସେଥି ମଧ୍ୟରୁ ୩୦ଟି ସଖୀ ବୁଥ,୨ଟି ଭିନ୍ନକ୍ଷମ ଓ ୧୦ ଟି ଯୁବ ଭୋଟର ବୁଥ ରହିଛି।ଶନିବାର ସନ୍ଧ୍ୟାରେ ୫୫୧ ଟି ବୁଥରେ  ପୁଲିଙ୍ଗ ପାର୍ଟିମାନେ ପହଁଚି ସାରିଥିବା ବେଳେ ଆଜି ୩୦ଟି ଶଖି ଓ ୨ଟି ଭିନକ୍ଷମ ବୁଥ ରେ ପୁଲିଙ୍ଗ ପାର୍ଟି ପହଁଚି ସାରିଛନ୍ତି।

ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବାକୁ ଥିବା ବେଳେ ସମସ୍ତ ପୁଲିଙ୍ଗ କର୍ମଚାରୀ ମାଲକାନଗିରି ସରକାରୀ ପଲିଟେକ୍ନିକ କଲେଜର ପ୍ରସ୍ତାନ କେନ୍ଦ୍ରରୁ ସେମାନଙ୍କର ଇଭିଏମ, ଭିଭି ପ୍ୟାଡ଼ ଓ ସମସ୍ତ ମତଦାନ ସରଞ୍ଜାମ ଧରି ବୁଥ ଅଭିମୁଖେ ଯାଇ ସାରି ଛନ୍ତି ।   

୫୪୭ ବୁଥ ରେ ମାଲକାନଗିରି ଜିଲ୍ଲାର ମୋଟ ୪ଲକ୍ଷ ୫୨ହଜାର ୫୪୪ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲାରେ ମୋଟ ୫୪୭ ଟି ବୁଥ କରାଯାଇଥିବା ବେଳେ ତନ୍ମଧ୍ୟରୁ ୪୨ଟି ଆଦର୍ଶ ବୁଥ ରହିଛି । ଆଦର୍ଶ ବୁଥ ମଧ୍ୟରୁ ୩୦ ଟି ସଖି ବୁଥ, ୨ ଟି ଭିନ୍ନକ୍ଷମ, ୧୦ ଟି ଯୁବ ଭୋଟର ବୁଥ ରହିଛି ।    ପୁଲିଙ୍ଗ ପାର୍ଟି ବିତରଣ କେନ୍ଦ୍ର ରେ ଜିଲ୍ଲା ପାଳ ସଚିନ ପାୱାର, ଏସପି ନୀତେଶ ୱାଧାନୀ, ଅତିରିକ୍ତ ଜିଲ୍ଲାପାଳ ବେଦ ବର ପ୍ରଧାନ, ଅତିରିକ୍ତ ଜିଲ୍ଲା ପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ଅନ୍ୟାନ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରି ଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.