ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଜବ ଚୋର, ପ୍ଲାଣ୍ଟରୁ ନେଇଗଲେ ୧୩୩ଟନ୍‌ ଚିକେନ୍‌, କିଣିଲେ ଲାପ୍‌ଟପ୍‌-ଟିଭି-ଏସି

ନୂଆଦିଲ୍ଲୀ ୧୨/୦୨: କ୍ୟୁବାର ରାଜଧାନୀ ହାଭାନାରେ ଥିବା ଏକ ସରକାରୀ ମାଂସ କାରଖାନାରୁ ୧୩୩ଟନ୍‌ ଚିକେନ୍‌ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି । ତାକୁ ୧୬୬୦ଟି ଧଳା ବକ୍ସରେ ପ୍ୟାକ୍‌ କରି ରଖାଯାଇଥିବାବେଳେ ଲୋକମାନଙ୍କୁ ରିହାତି ଦାମ୍‌ରେ ପ୍ରଦାନ କରାଯାଇଥାନ୍ତା । ଏହି ମାମଲାରେ ଅତି କମ୍‌ରେ ୩୦ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଛି । ଚିକେନ୍‌ ଚୋରି କରିବା ପରେ ଅଭିଯୁକ୍ତମାନେ ସେହି ଅର୍ଥରେ ଲାପଟପ୍‌, ଫ୍ରିଜ୍‌, ଟିଭି, ଏସି ପ୍ରଭୃତି କିଣିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ କଂପାନିର ଶିଫ୍ଟ ଇନ୍‌ଚାର୍ଜ, ଆଇଟି କର୍ମଚାରୀ, ସୁରକ୍ଷାକର୍ମୀ ଓ କିଛି ବାହାର ଲୋକେ ସାମିଲ । 

ଶୁକ୍ରବାର ସରକାରୀ ଟେଲିଭିଜନ୍‌ରେ ଖବରଟି ପ୍ରସାରିତ ହୋଇଥିଲା   । ଅବଶ୍ୟ ଚିକେନ୍‌ ଚୋରି କେବେ ହୋଇଥିଲା ସେ ନେଇ ସରକାରୀ ଅଧିକାରୀମାନେ କିଛି କହିନାହାନ୍ତି । ତେବେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ଚିକେନ୍‌ ଚୋରି କରିବା ପରେ ତାକୁ ବାହାରେ ବିକ୍ରି କରିଦେଇଥିଲେ । ଆର୍ଥିକ ସଂକଟର ସାମ୍ନା କରୁଥିବା କ୍ୟୁବାରେ ଲୋକଙ୍କ ନିକଟରେ ଖାଦ୍ୟ, ଔଷଧ ଓ ଇନ୍ଧନ କିଣିବାକୁ ଟଙ୍କା ନାହିଁ । ଏଭଳିସ୍ଥିତିରେ ଯେତିକି ଚିକେନ୍‌ ଚୋରି ହୋଇଛି ତାହା ଗୋଟିଏ ଛୋଟ ପ୍ରଦେଶର ମାସେ ଯାଏ ଚଳିବା ଭଳି ପରିମାଣର ବୋଲି ଜଣାପଡି଼ଛି । ଅବଶ୍ୟ ଦେଶରେ ଏହା ଏଭଳି ପ୍ରଥମ ଘଟଣା ନୁହେଁ । ପୂର୍ବରୁ ବି ଏହିଭଳି ଚୋରିର ଅନେକ ମାମଲା ସାମ୍ନାକୁ ଆସିଛି । କରୋନା ମହାମାରୀ ପରେ ଏଭଳି ମାମଲା ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଛି । ଯଦି ଅଭିଯୁକ୍ତମାନଙ୍କର ଦୋଷ ପ୍ରମାଣିତ ହୁଏ ତା’ହେଲେ ସେମାନଙ୍କୁ ଅତି କମ୍‌ରେ ୨୦ ବର୍ଷ ଜେଲ୍‌ଦଣ୍ଡ ମିଳିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.