ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କଂଗ୍ରେସ ଟିକଟ୍‌ ପାଇଁ ୩୭ ଶହ ଆବେଦନ

ଭୁବନେଶ୍ୱର, ୨୦/୦୨ : ତେଲେଙ୍ଗାନା ଭଳି ଓଡ଼ିଶାରେ କଂଗ୍ରେସର ଚାହିଦା ବଢିବାରେ ଲାଗିଛି । ସେଠାରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଶାସନ କ୍ଷମତାକୁ ଆସିଲା ଭଳି ଓଡ଼ିଶାରେ ବି କଂଗ୍ରେସ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଯାହା କଂଗ୍ରେସ ଟିକଟ ପାଇଁ ଆବେଦନକାରୀଙ୍କ ସଂଖ୍ୟାରୁ ସ୍ପଷ୍ଟ ବାରି ହୋଇଛି । ଏଭଳି ଯୁକ୍ତି ବାଢୁଛନ୍ତି କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ରାଜ୍ୟରେ କଂଗ୍ରେସ ଟିକଟ୍‌ ପାଇଁ ୩୭ଶହରୁ ଅଧିକ ଲୋକ ଆବେଦନ କରିଛନ୍ତି । ୧୪୭ ବିଧାନସଭା ସିଟ୍‌ ପାଇଁ ୩ ହଜାରରୁ ଅଧିକ ଆବେଦନ ଓ ୨୧ ଲୋକସଭା ପାଇଁ ୭ ଶହରୁ ଅଧିକ ଆବେଦନ ହୋଇଛି । 

ପ୍ରଦେଶ ନିର୍ବାଚନ କମିଟି ବୈଠକ ପରେ ପିସିସି ସଭାପତି ଶରତ କହିଛନ୍ତି, ରାଜ୍ୟରେ କଂଗ୍ରେସ ଆଗୁଆ ଟିକଟ୍‌ ଦେବ । ବର୍ତ୍ତମାନ ସୁଦ୍ଧା ପ୍ରଗମନ୍‌ ଆପ୍‌ରେ ୩୭ ଶହରୁ ଅଧିକ ଆବେଦନ ହୋଇଛି । ପ୍ରାର୍ଥୀଙ୍କ ଯୋଗ୍ୟତା ନେଇ ପିଇସି କମିଟିରେ ଆଲୋଚନା ହୋଇଥିଲା । ସଭ୍ୟମାନେ ନିଜ ମତ ଦେଇଥିଲେ । ଜିତିବା ସମ୍ଭାବନାକୁ ପ୍ରାଥମିକତା ଦିଆଯାଇ ଟିକେଟ ଦିଆଯିବ । ଛାତ୍ର ଯୁବ ଓ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଟିକେଟ ବଣ୍ଟନ ହେବ । ତେବେ ଦ୍ୱିତୀୟ ପର୍ଯ୍ୟାୟରେ କୋର କମିଟି ବୈଠକ ପରେ ସ୍କ୍ରିନିଙ୍ଗ କମିଟିକୁ ତାଲିକା ପଠାଯିବ । ପ୍ରଥମ ପର୍ଯ୍ୟାୟ ତାଲିକା ମାର୍ଚ୍ଚରେ ପ୍ରକାଶ ପାଇବ । ୭୦ରୁ ଅଧିକ ସିଟ୍‌ ଘୋଷଣା ହେବ । ଆଜିର ବୈଠକରେ କମିଟିର ୨୩ ଜଣ ସଦସ୍ୟ ଯୋଗ ଦେଇଥିଲେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲାକା ପ୍ରମୁଖ ଉପସ୍ଥିତ ଥିଲେ । 

ବୈଠକ ପରେ ସାଂସଦ ସପ୍ତଗିରି କହିଛନ୍ତି, ପ୍ରଗମନ୍‌ ଆପରେ ପ୍ରାର୍ଥୀ ଅନଲାଇନ୍‌ରେ ଆବେଦନ କରିଥିଲେ । ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାକୁ ଆମେ ପ୍ରସ୍ତୁତ ହେଉଛୁ । ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ଼ ନିର୍ବାଚନ ପରିଚାଳନା ନୀତିରେ କାର୍ଯ୍ୟ କରିବାକୁ ମୁଁ ମତ ଦେଇଛି । ମୁଁ ମଧ୍ୟ କୋରାପୁଟ ସାଂସଦ ପାଇଁ ଆବେଦନ କରିଛି । ଆଶା ଅଛି ଦଳ ମୋତେ ଟିକଟ ଦେବ । ମୁଁ ଲଢ଼ିବି, ଦେଖାଯାଉ ଦଳର ସଭାପତି କି ନିଷ୍ପତ୍ତି ନେଉଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.