ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ରେଡିଟ୍ କାର୍ଡ଼ ରୁ ୩୯ ହଜାର ୬ ଶହ ଟଙ୍କା ଲୁଟି ନେଲେ ସାଇବର ଲୁଟେରା

ବାଲିପାଟଣା,୧୨।୫ :  ପୁଣି ଲୁଟିଲେ ସାଇବର ଲୁଟେରା । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଖଇରିପୁର ଗ୍ରାମର ଜଣେ ଯୁବକଙ୍କ ଏସବିଆଇ କ୍ରେଡିଟ୍ କାର୍ଡ଼ ରୁ ୩୯ ହଜାର ୬ ଶହ ଟଙ୍କା ଲୁଟିନେଲେ ସାଇବର ଠକ । ଏ ନେଇ ଲୁଟ୍ ର ଶିକାର ହୋଇଥିବା ସନ୍ତୋଷ ବେହେରା ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

 କ୍ରେଡିଟ କାର୍ଡ ରୁ ଇନ୍ସୁରାନସ ପାଇଁ ୩ ହଜାର ୫ଶହ ଟଙ୍କା କଟିଥିବା ସାଇବର ଠକ ଜଣକ ଫୋନ୍ ଯୋଗେ ସନ୍ତୋଷଙ୍କୁ କହିଥିଲେ । ଏହାକୁ ବନ୍ଦ କରିବା ପାଇଁ ଏକ ଲିଙ୍କ ପଠାଇ ଥିଲା ଠକ । ଲିଙ୍କ ରେ କ୍ଳିକ୍ କରିବା ସହ କିଛି ବ୍ୟକ୍ତିଗତ ତଥ୍ୟ ଦେଇଥିଲେ ସନ୍ତୋଷ । ଏହା ପରେ ପରବର୍ତ୍ତି ସମୟରେ ତାଙ୍କ ଫୋନ୍ ହ୍ୟାଙ୍ଗ ହୋଇଯାଇଥିଲା । ବିଭିନ୍ନ କିସ୍ତିରେ ତାଙ୍କ ଏସବିଆଇ କ୍ରେଡିଟ୍ କାର୍ଡ଼ରୁ ୩୯ ହଜାର ୬ ଶହ ଟଙ୍କା କଟିଯାଇଥିଲା । ସାଇବର ଠକ ଜଣକ ଫୋନ୍ କୁ ହ୍ୟାକ କରି ଟଙ୍କା ଲୁଟି ଥିବା ସନ୍ତୋଷ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.