ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅର୍ଜୁନ ମୁଣ୍ଡା ହେଲେ ଦେଶର ନୂଆ କୃଷି ମନ୍ତ୍ରୀ ; ଶୋଭା କରନ୍ଦଲାଜେ , ଚନ୍ଦ୍ରଶେଖର ଓ ପ୍ରବୀଣ ଭାରତୀଙ୍କୁ ମିଳିଲା ଏହି ବିଭାଗ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ବିଧାନସଭା ପାଇଁ ଚୟନ କରାଯିବା ପରେ କେନ୍ଦ୍ରୀୟ ମନ୍ତ୍ରିପରିଷଦରୁ ୩ଜଣ କେନ୍ଦ୍ରୀୟ ମନ୍ତ୍ରୀ , ନରେନ୍ଦ୍ର ସିଂହ ତୋମର , ପ୍ରହ୍ଲାଦ ସିଂହ ପଟେଲ ଓ ରେଣୁକା ସିଂହଙ୍କ ଇସ୍ତଫା ପତ୍ର ସ୍ୱୀକାର କରି ନେଇଛନ୍ତି। ରାଷ୍ଟ୍ରପତି ଭବନର ବିଜ୍ଞପ୍ତି ଅନୁସାରେ , ଅର୍ଜୁନ ମୁଣ୍ଡାଙ୍କୁ ତାଙ୍କର ବର୍ତ୍ତମାନର ପୋର୍ଟଫୋଲିଓ ବ୍ୟତୀତ , କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ନରେନ୍ଦ୍ର ସିଂହ ତୋମରଙ୍କ ପାଖରେ ଏହି ମନ୍ତ୍ରାଳୟ ଥିଲା। 

ଏହା ବ୍ୟତୀତ , ରାଜ୍ୟ ମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ପ୍ରହ୍ଲାଦ ସିଂହ ପଟେଲଙ୍କ ସ୍ଥାନରେ ତାଙ୍କର ବର୍ତ୍ତମାନର ପୋର୍ଟଫୋଲିଓ ବ୍ୟତୀତ , ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଦ ମନ୍ତ୍ରାଳୟରେ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ମିଳିଛି। ଆଇଟି ରାଜ୍ୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ତାଙ୍କର ବର୍ତ୍ତମାନର ବିଭାଗ ସହ ଅତିରିକ୍ତ ଦାୟିତ୍ୱ ଭାବେ ଜଳ ଶକ୍ତି ମନ୍ତ୍ରାଳୟରେ ରାଜ୍ୟ ମନ୍ତ୍ରୀର ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ମନ୍ତ୍ରାଳୟର ନେତୃତ୍ୱ ମଧ୍ୟ ପ୍ରହ୍ଲାଦ ସିଂହ ପଟେଲ ହିଁ ନେଉଥିଲେ। ସେପଟେ ରାଜ୍ୟ ମନ୍ତ୍ରୀ ଡାକ୍ତର ଭାରତୀ ପ୍ରବୀଣ ପାୱାରଙ୍କୁ ତାଙ୍କର ବର୍ତ୍ତମାନର ପୋର୍ଟଫୋଲିଓ   ବ୍ୟତୀତ , ଜନଜାତୀୟ ମାମଲାର ମନ୍ତ୍ରାଳୟରେ ରାଜ୍ୟ ମନ୍ତ୍ରୀର ଦାୟିତ୍ୱ ଦିଆଯାଇଛି । ସେ ରେଣୁକା ସିଂହଙ୍କ ସ୍ଥାନରେ ରହିବେ ।   


ଉଲ୍ଲେଖନୀୟ ଯେ , କେନ୍ଦ୍ରୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ପ୍ରହ୍ଲାଦ ସିଂହ ପଟେଲଙ୍କ ସମେତ ବିଜେପିର ୧୦ ସାଂସଦ ବୁଧବାର ଇସ୍ତଫା ଦେଇଥିଲେ। ଏଥିରେ କିରୋଣିଲାଲ ମୀଣା ରାଜ୍ୟସଭାର ସଦସ୍ୟ ଥିଲେ । ଏସବୁ ସାଂସଦ ସଦ୍ୟ ବିଧାନସଭା ନର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲା ଗୁରୁବାର  ଗୃହର କାର୍ଯ୍ୟ ଆରମ୍ଭ ହେବା ପରେ ,  ଗୃହକୁ କହିଥିଲେ କି ରାଜସ୍ଥାନ ରାଜ୍ୟର ଜୟପୁର ଗ୍ରାମୀଣରୁ ସାଂସଦ ରାଜ୍ୟବର୍ଦ୍ଧନ ରାଠୋର , ରାଜସମନ୍ଦରୁ ଦୀୟା କୁମାରୀ , ମଧ୍ୟ ପ୍ରଦେଶର ମୁରେନାରୁ ନରେନ୍ଦ୍ର ସିଂହ ତୋମର , ଦମୋହରୁ ପ୍ରହ୍ଲାଦ ପଟେଲ , ଜବଲପୁରରୁ ରାକେଶ ସିଂହ , ସିଧିରୁ ରୀତି ପାଠକ , ହୋଶଙ୍ଗାବାଦରୁ ଉଦୟ ପ୍ରତାପ ସିଂହ ତଥା ଛତିଶଗଡ଼ର ରାୟଗଡରୁ ଗୋମତୀ ସାୟ ଓ ବିଳାସପୁରରୁ ସାଂସଦ ଅରୁଣ ସାୱ ଇସ୍ତଫା ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.