ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦୁଇ ଟ୍ରକ୍ ମଝିରେ ଚାପି ହୋଇଗଲା କାର, ୬ ମୃତ

ବଡବିଲ,୧୫।୫  : ୫୨୦ ନଂ ଜାତୀୟ ରାଜପଥ ରିମୁଳି ବାଇପାସରେ ଭୟଙ୍କର ଦୁର୍ଘଟଣା । ଦୁଇ ଟ୍ରକ୍ ମଝିରେ ଚାପି ହେବାରୁ କାରରେ ଯାଉଥିବା  ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ,  ତିନି ମହିଳା ଏବଂ ଜଣେ ଛୋଟ ଝିଅ ଥିବା ସୂଚନା ମିଳିଛି ।  ମୃତକମାନେ  ହେଳେ ବଡ଼ବିଲ ଭଦ୍ରାସାହି ଅଞ୍ଚଳର ହୀରାଲାଲ ପଲେଇ ,ସ୍ତ୍ରୀ ପ୍ରଣତି ପଲେଇ, ପୁଅ  ସିପୁନ ପଲେଇ  ଓ ୨ ଝିଅ  ଲୁସି ପଲେଇ ଓ  ଲିସା ପଲେଇ

 ବଡ଼ବିଲ ଭଦ୍ରାସାହି ଅଞ୍ଚଳରୁ ଗୋଟିଏ ପରିବାର କାର ନଂ( ନଂ  ଓଡି୦୨ଏଓ୍ବାଇ୭୮୬୦) ଯୋଗେ  ବାଂଶପାଳ ବ୍ଲକ୍ ତରମାକାନ୍ତ କୁ ଯାଉଥିଲେ।  କାର  ଆଗରେ ଏକ ଟ୍ରକ୍ ଯାଉଥିବା ବେଳେ ପଛରୁ ଆଉ ଗୋଟିଏ ଟ୍ରକ୍ ଯାଉଥିଲା । ଆଗ ଟ୍ରକ୍ ବ୍ରେକ ମାରିବାରୁ କାରଟି ସେଥିରେ ପିଟି ହୋଇଥିଲା ଏବଂ ପଛରେ ଆସୁଥିବା ଟ୍ରକଟି କାରକୁ ଚାପି ଦେଇଥିଲା । କାର ସଂପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ,   ସେଥିରେ ଚାପି ହୋଇ ମୃତଦେହ ଗୁଡ଼ିକ ରହିଥିଲା । ଖବର ପାଇ ଘଟଣାସ୍ଥକରେ ଚମ୍ପୁଆ ପୋଲିସ୍ ଏବଂ ଦୁଇଟି ଫାୟାର ଷ୍ଟେସନ, ବିଲେଇପଦା ଓ ଚମ୍ପୁଆର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏ ପର୍ଯ୍ୟନ୍ତ ୬ ଜଣଙ୍କ ମୃତଦେହ କଢ଼ା ଯାଇଛି। ସମସ୍ତ ମୃତକ ହିରାଲାଲ୍ ପଲେଇଙ୍କ ପରିବାରର ବୋଲି କୁହାଯାଉଛି । ସେପଟେ ଆଗ ଟ୍ରକଟି ଘଟଣା ସ୍ଥଳରୁ ପଳାଇ ଯାଇଥିବା ବେଳେ, ପଛ ଟ୍ରକକୁ ପୋଲିସ୍ ଜବତ୍ କରିଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.