ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ସଦସ୍ୟ ଗୁରୁତର

ନୂଆପଡ଼ା, ୨୯/୦୬ : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଚାରି ଗୁରୁତର। କୋମନା ଥାନା ସୁନାବେଡା ଗାଁରେ ଏଭଳି ଘଟଣା ଘଟିଛି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ସୂଚନାନୁଯାୟୀ, କୋମନା ଥାନା ସୁନାବେଡା ଗାଁର ଅମ୍ରିତ ଦଣ୍ଡସେନାଙ୍କ ପରିବାର ସକାଳୁ ସୁନାବେଡା ଅଭୟାରଣ୍ୟ ଭିତରୁ କିଛି ଛତୁ ସଂଗ୍ରହ କରି ରୋଷେଇ କରି ଖାଇଥିଲେ। ଏହାପରେ ପରିବାରର ଚାରିଜଣଙ୍କର ହଠାତ୍ ବାନ୍ତି ହୋଇଥିଲା। ସ୍ୱାମୀ ସ୍ତ୍ରୀ ଓ ପୁଅ ଝିଅ ଚାରିଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ସୁନାବେଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ସିକିତ୍ସା ପରେ ବର୍ତମାନ ନୂଆପଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ସୁନାବେଡା ଗ୍ରାମର ଅମ୍ରିତ ଦଣ୍ଡସେନା, ଲକ୍ଷ୍ମୀ ଦଣ୍ଡସେନା, ସୀମା ଦଣ୍ଡସେନା ଓ ଭୂପିନ ଦଣ୍ଡସେନା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.