ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ସମ୍ବଲପୁର ଦିନିକିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ: ଉଦଘାଟନ କରିବେ ୪ ନୂଆ ରେଳ ପ୍ରକଳ୍ପ, ସୋନପୁରରୁ ପୁରୀକୁ ଗଡିବ ସାପ୍ତାହିକ ଏକ୍ସପ୍ରେସ୍‌

ସମ୍ବଲପୁର,୦୨/୦୨: ଶନିବାର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସମ୍ବଲପୁରକୁ ଦିନିକିଆ ଗସ୍ତରେ ଆସୁଛନ୍ତି ।  ଏହି ଅବସରରେ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର  ଉଦ୍‌ଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ  କରିବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁର ରେଳ  ମଣ୍ଡଳର ସମ୍ବଲପୁର-ତାଳଚେର ରେଳଲାଇନ  ଦୋହରୀକରଣ, ଖୋର୍ଦ୍ଧା-ବଲାଙ୍ଗିର ପ୍ରକଳ୍ପର  ଝାରତରଭା-ସୋନପୁର ନୂତନ ଲାଇନର  ଲୋକାର୍ପଣ, ସମ୍ବଲପୁର ରେଳ ଷ୍ଟେସନର ପୁନଃ  ବିକାଶର ଭିତ୍ତିପ୍ରସ୍ଥ ସ୍ଥାପନ ଏବଂ ସୋନପୁର- ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍‌ର  ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ  ତୁଷାରକାନ୍ତ ପାଣ୍ଡେ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି ।   

ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ସମ୍ବଲପୁର-ତାଳଚେର ରେଳ ଲାଇନ ପ୍ରକଳ୍ପର ୧୬୮  କିମି ଦୋହରୀକରଣ କାମ ସରିଛି । ଏହି  ପ୍ରକଳ୍ପରେ ୧୫୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।  ଦେହରୀକରଣ ହେବା ଫଳରେ କୋଇଲା  ପରିବହନରେ ବୃଦ୍ଧି କରିବାରେ ସହାୟକ ହେବା  ସହ ପଶ୍ଚିମ ଓଡ଼ିଶାରୁ ପୂର୍ବ ଓଡ଼ିଶାକୁ ଯୋଡ଼ିବାରେ  ସହଜ ହେବ । ଦୀର୍ଘ ଦିନରେ କାମ ଚାଲୁଥିବା  ଖୋର୍ଦ୍ଧା ବଲାଙ୍ଗିର ନୂତନ ରେଳ ଲାଇନର  ଏକ ଅଂଶ ଲୋକାର୍ପଣ ହେବ । ଝାରତରଭା-ସୋନପୁର ମଧ୍ୟରେ ୨୧.୭ କିମିର ନୂତନ  ଲାଇନ୍‌ରେ ଟ୍ରେନ ଚାଲିବ । ଦୁଇ ଷ୍ଟେସନ ମଧ୍ୟରେ  ଏକ ମେମୁ ଟ୍ରେନ ଚାଲିବ । ଏହି ସାମାଜିକ-ଆର୍ଥିକ  ପରିଯୋଜନା ଦ୍ୱାରା ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ  ସହ ସହର ଗୁଡ଼ିକ ସହିତ ସଂଯୋଗ କରିବ ।   ଏଥିସହ ପୁରୀ-ସୋନପୁର-ପୁରୀ ସହରକୁ  ତାଳଚେର ଦେଇ ଏକ ସାପ୍ତାହିକ ଟ୍ରେନ ଚାଲିବ ।  ଏହାକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ  ଶୁଭ ଉଦ୍‌ଘାଟନ କରିବେ । ଏହି ଟ୍ରେନ ଚାଳାଚଳ  ହେବା ଫଳରେ ସ୍ଥାନୀୟ ଯାତ୍ରୀ, ଛାତ୍ରଛାତ୍ରୀ, କୃଷକ, ତୀର୍ଥଯାତ୍ରୀ ସଙ୍ଗେ ସଙ୍ଗେ ଏଠାକାର  ବ୍ୟବସାୟୀଙ୍କ ମଧ୍ୟ ଆର୍ଥିକ ବିକାଶ ହେବ । ପଶ୍ଚିମ  ଓଡ଼ିଶା ସହ ପୂର୍ବ ଓଡ଼ିଶା ଯୋଡ଼ି ହେବ । ସେହିପରି  ସମ୍ବଲପୁର ରେଳ ଷ୍ଟେସନର ପୁନଃବିକାଶର  ଭିତ୍ତିପ୍ରସ୍ଥ ସ୍ଥାପନ କରିବେ । ପ୍ରକଳ୍ପରେ ୩୪୮  କୋଟିର ବ୍ୟୟ ଅଟକଳ ହୋଇଛି । ଷ୍ଟେସନରେ  ଯାତ୍ରୀଙ୍କ ପାଇଁ ୨୦ଟି ଲିଫ୍ଟ, ୨୧ଟି ଏସ୍କାଲେଟର  ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ରହିବ ।  ଏଥିସହ ଫୁଡ଼ କୋର୍ଟ, ଏଟିଏମ୍‌, ୱାନ ଷ୍ଟେସନ  ୱାନ ପ୍ରଡକ୍ଟ ଷ୍ଟଲ, ଛୋଟ ପିଲାଙ୍କ ପାଇଁ ଖେଳିବା  ସ୍ଥାନ, ଔଷଧ ବ୍ୟବସ୍ଥା, ଶୌଚାଳୟ ଭଳି ଅନ୍ୟ  ସୁବିଧା ସୁଯୋଗ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.