ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ସୁଭଦ୍ରାରେ ହେଲାଣି ୪୫ ଲକ୍ଷ ପଞ୍ଜିକରଣ, ବ୍ଲକ ଓ ପଞ୍ଚାୟତରେ ଆରମ୍ଭ ହେବ ସୁଭଦ୍ରା ସ୍ବାଗତ ସପ୍ତାହ

ଭୁବନେଶ୍ୱର, ୧୨/୦୯ :    ମାର୍ଗଦର୍ଶିକା ଜାରି ହେଲା ଦିନରୁ ସାରା ଓଡ଼ିଶାରେ ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜିକରଣ ଜୋରସୋର ଆଗେଇ ଚାଲିଛି । ଲୋକମାନଙ୍କ ଉତ୍ସାହକୁ ଲକ୍ଷ୍ୟ କରି ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ବୈଠକ କରାଯାଇ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟାନ୍ୱୟନକୁ ବିଭିନ୍ନ ସ୍ତରରେ ତଦାରଖ କରାଯାଉଛି।  ଗୁରୁବାର ସନ୍ଧ୍ୟା ସୁଦ୍ଧା ‘ସୁଭଦ୍ରା’ ନିମନ୍ତେ ପଞ୍ଜିକରଣ ୪୫ ଲକ୍ଷରେ ପହଞ୍ଚି ସାରିଲାଣି ।

ଏହି ଯୋଜନା ସମ୍ବନ୍ଧୀୟ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜିଠୁ ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ବ୍ଲକ ଓ ଗ୍ରାମ ପଞ୍ଚାୟତରେ ‘ସୁଭଦ୍ରା ସ୍ୱାଗତ ସପ୍ତାହ’ ଅନୁଷ୍ଠିତ କରାଯିବ । ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରର ସମସ୍ତ ଅଧିକାରୀ ସମେତ ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଏସ୍‌ଏଚ୍‌ଜି ସଦସ୍ୟା, ଆଶାକର୍ମୀମାନେ ଗାଁ ଗାଁରେ ସଭା ଅନୁଷ୍ଠିତ କରାଇ ଲୋକମାନଙ୍କୁ ‘ସୁଭଦ୍ରା’ ଯୋଜନା ସମ୍ବନ୍ଧରେ ସଚେତନ କରିବେ । ପ୍ରତି ଗ୍ରାମ ପଞ୍ଚାୟତରେ ‘ପଥପ୍ରାନ୍ତ ନାଟକ’ ସମେତ ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା ମାଧ୍ୟମରେ ସଚେତନ କରାଯିବ । ପ୍ରତି ଅଞ୍ଚଳର ସଫଳ ମହିଳାଙ୍କୁ ‘ସୁଭଦ୍ରା ଅପା’ର ଆଖ୍ୟା ଦିଆଯିବା ସହ ସଫଳ ମହିଳାଙ୍କ କାହାଣୀକୁ ‘ମୋ ସୁଭଦ୍ରା ଷ୍ଟୋରି’ ଭାବେ ପ୍ରତିଷ୍ଠିତ କରାଯିବ । 

        ଏହି ଯୋଜନାର ଉଦ୍ଦେଶ୍ୟକୁ ସୁଦୂରପ୍ରସାରୀ କରିବା ନିମନ୍ତେ ଶୁକ୍ରବାର ଠାରୁ ‘ଘରେ ଘରେ ସୁଭଦ୍ରା’ ବିଷୟବସ୍ତୁ ଉପରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ, ରଙ୍ଗୋଲୀ ଓ ଫଟୋଗ୍ରାଫି ଆଦିର ପ୍ରତିଯୋଗିତା ଅନୁଷ୍ଠିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.