ନୂଆଦିଲ୍ଲୀ,୦୧/୦୯: ଦକ୍ଷିଣପୂର୍ବ ଏସିଆ ଦେଶ ଲାଓସରେ ସାଇବର ସ୍କାମ୍ରେ ୪୭ ଜଣ ଭାରତୀୟ ନାଗରିକ ଫସିଥିଲେ । ସେମାନଙ୍କୁ ଭାରତୀୟ ଦୂତାବାସ ଉଦ୍ଧାର କରିଛି । ଲାଓସର ବୋକିଓ ପ୍ରଦେଶଠାରେ ଗୋଲ୍ଡେନ୍ ଟ୍ରାଙ୍ଗେଲ୍ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍ଇଜେଡ୍)ରେ ଥିବା ସାଇବର ସ୍କାମ୍ କେନ୍ଦ୍ରଗୁଡ଼ିକରେ ଭାରତୀୟମାନେ ଫସିଥିଲେ । ସେମାନଙ୍କୁ ବିଭିନ୍ନ ସାଇବର ଅପରାଧରେ ସାମିଲ କରାଯାଉଥିଲା । ଲାଓସ କର୍ତ୍ତୃପକ୍ଷ ଏହି ଏସ୍ଇଜେଡ୍ରେ ଚଢ଼ଉ କରିଥିଲେ । ଏହି ସମୟରେ ଭାରତୀୟମାନେ ସରକାରଙ୍କୁ ଘଟଣା ବାବଦରେ ଜଣାଇଥିଲେ । ୨୯ ଜଣଙ୍କୁ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଥିଲା । ବାକି ୧୮ ଜଣ ନିଜେ ଆସି ଦୂତାବାସ ନିକଟରେ ପହଞ୍ଚିଥିଲେ । ଗୋଲ୍ଡେନ୍ ଟ୍ରାଙ୍ଗେଲ୍ ଏସ୍ଇଜେଡ୍ ଥାଇଲାଣ୍ଡ, ଲାଓସ ଓ ମ୍ୟାଁମାର ସୀମା ନିକଟରେ ରହିଛି । ଏହା ବେଆଇନ କାର୍ଯ୍ୟକଳାପର ପେଣ୍ଠସ୍ଥଳ ପାଲଟିଥିଲା । ଭାରତୀୟଙ୍କ ଉଦ୍ଧାର ପାଇଁ ଦୂତାବାସ ଅଧିକାରୀମାନେ ଭିଏନ୍ଟିଏନ୍ରୁ ବୋକିଓ ଯାତ୍ରା କରିଥିଲେ । ସେଠାରେ ପହଞ୍ଚି ସିଧାସଳଖ ଭାବେ ସ୍ଥାନୀୟ ଅଧିକାରୀଙ୍କ ସହାୟତା ଲୋଡ଼ିଥିଲେ । ଭାରତ ସହ ଲାଓସର ସୁସମ୍ପର୍କ ଥିବାରୁ ସେମାନେ ପାରୁପର୍ଯ୍ୟନ୍ତ ସହଯୋଗ କରିଥିଲେ ।
ହରିୟାଣା ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରିଥିଲେ ମୁଖ...