ମେଲବର୍ଣ୍ଣ, ୦୮/୧୧: ଅଷ୍ଟ୍ରେଲିଆର ଏକ ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଛୁଆ ଅଛନ୍ତି । ରବିବାର ଏହି ଦୁର୍ଘଟଣା ଘଟିଥିବା ବେଳେ ବୁଧବାର ସାମ୍ନାକୁ ଆସିଛି । ପିଟିଆଇ ଅନୁସାରେ, ୨ ଭାରତୀୟ ପରିବାର ଭିକ୍ଟୋରିଆର ଏକ ଆଉଟଡୋର୍ ପବକୁ ଡିନର ପାଇଁ ଯାଇଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି ।
ଡିନର୍ ପାଇଁ ଆଉଟଡୋର୍ ପବରେ ୨ ପରିବାର ବସିଥିବା ବେଳେ ଏକ ଏସୟୁଭି ଭାରସାମ୍ୟ ହରାଇ ମାଡ଼ି ଆସିଥିଲା । ଏବଂ ଡିନର କରୁଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା । କାରଟିକୁ ଜଣେ ୬୬ ବର୍ଷୀୟ ବ୍ୟକ୍ତି ଚଳାଉଥିଲେ । ପୋଲିସ ତାଙ୍କୁ ପଚରାଉଚରା କରିଥିବା ବେଳେ ଗିରଫ କରି ନାହିଁ ।
ବିଜେପି ସାଂସଦଙ୍କ ଦାବି, ମହୁଆ ମୋଇତ୍ର ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ
ଦୁର୍ଘଟଣାରେ ବିବେକ ଭାଟିଆ, ତାଙ୍କ ପୁଅ ୧୧ ବର୍ଷର ବିହାନ, ପ୍ରତିଭା ଶର୍ମା ଓ ଝିଅ ୯ ବର୍ଷର ଅନଭି ଓ ଅନ୍ୟ ଜଣେ ବନ୍ଧୁ ଜତିନ୍ ଚୁଘଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସମସ୍ତେ ରୟାଲ୍ ଡେଲେସଫୋର୍ଡ ହୋଟଲର ଲନରେ ଡିନର୍ ପାଇଁ ଯାଇଥିଲେ ।
ପ୍ରତିଭା ଓ ତାଙ୍କ ପରିବାର, ଭାଟିଆ ପରିବାର ସହ ଛୁଟି କାଟିବାକୁ ଯାଇଥିଲେ । ଘଟଣାସ୍ଥଳରେ ପ୍ରତିଭାଙ୍କ ମୃତ୍ୟୁ ହୋଇଥିଲା । ବିବେକଙ୍କ ପତ୍ନୀ ଋଚି ଓ ଆଉ ଏକ ପୁଅ ଅବିର୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଭୟ ଗୁରୁତର ଆହତ ହୋଇଛନ୍ତି ।
ଏହି ଦୁର୍ଘଟଣାରେ ପବରେ ଥିବା ଅନ୍ୟ ଲୋକ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ କାର୍ ଡ୍ରାଇଭରଙ୍କୁ ପଚରାଉଚରା ପରେ ଛାଡ଼ି ଦେଇଥିବା ବେଳେ ତଦନ୍ତ ଜାରି ରଖିଛି । ଡ୍ରାଇଭରଙ୍କ ମଦ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି ।