ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଡ଼କାୟତି ଯୋଜନା ବେଳେ ପୋଲିସର ଚଢାଉ : ୫ ଗିରଫ, ଅସ୍ତ୍ରଶସ୍ତ୍ର ସହ ବୋମା ଜବତ

ପୁରୀ,୬/୯: ମଙ୍ଗଳାଘାଟ ନୂତନ ବ୍ରିଜ ନିର୍ମାଣ ନିକଟରୁ ପର୍ଯ୍ୟଟକମାନଙ୍କୁ ଲୁଟ କରିବା ପାଇଁ  ଯୋଜନା  କରୁଥିବା ସମୟରେ ବାସେଳି ସାହି ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ସହ ଜୀବନ୍ତ ବୋମା ଜବତ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ  ଦିବାନା ବେହେରା, ମହାବୀର ବେହେରା, ମନୋଜ କୁମାର ବାରିକ, ସୁବାଷ ବେହେରା,ରାକେଶ ବେହେରା।

  ବାସେଲି ସାହି ଥାନାରେ ସିଟି ଡିଏସପି ସମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁଯାୟୀ ବୁଧବାର ଭୋରୁ ଏସଆଇ ବି. ମାଝି ତାଙ୍କ କର୍ମଚାରୀଙ୍କ ସହିତ ରାତ୍ରି ପାଟ୍ରୋଲିଂ କରୁଥିଲେ। ଏହି ସମୟରେ  ଏକ ନିର୍ଭରଯୋଗ୍ୟ  ସୂତ୍ରରୁ ସୂଚନା ପାଇଥିଲେ ଯେ ପର୍ଯ୍ୟଟକଙ୍କଠାରୁ ଡ଼କାୟତ କରିବା ପାଇଁ ମଙ୍ଗଳାଘାଟ ନିକଟରେ ନୂତନ ନିର୍ମିତ କଲ୍ୟାଣ ମଣ୍ଡପରେ ୫ ଜଣ ଯୋଜନା କରୁଛନ୍ତି। ବାସେଲି ସାହି ପୋଲିସ ଚଢାଉ କରି ସେଠାରୁ ୫ ଜଣଙ୍କୁ ଗିରଫ କରିବା ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରିଥିଲେ। ସେମାନଙ୍କ ନିକଟରୁ ଦୁଇଟି ବୋମା , ୨ଟି ଲୁହା ଖଣ୍ଡା , ଦୁଇଟି ଲୁହା ରଡ, ଗୋଟିଏ ଛୁରୀ ,ଖାଲି ବିୟର ବୋତଲର ପାଞ୍ଚଟି,  ଗୋଟିଏ ଟର୍ଚ୍ଚ ଲାଇଟ,  ଗୋଟିଏ ଚିଲି ପାଉଡର ପ୍ୟାକେଟ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତଙ୍କ ନାମରେ  ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ l 

ଆହୁରି ପଢନ୍ତୁ : ପାରିବାରିକ କଳହ : ୩ ବର୍ଷର ଝିଅ ବେକ କାଟିଲା ବାପା

Copyright © 2022 - Summa Real Media Private Limited. All Rights Reserved.