ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟ କ୍ୟାବିନେଟ ବୈଠକ : ୫ ପ୍ରସ୍ତାବରେ ଲାଗିଲା ମୋହର, ଆଦିବାସୀଙ୍କ ପାଇଁ ଆସିବ ’ଲାଭ’ ଯୋଜନା

ଭୁବନେଶ୍ବର,୨୯।୧ : ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ପ୍ରସ୍ତାବରେ ମୋହର ଲାଗିଛି। ଆଦିବାସୀଙ୍କ ପାଇଁ ଆସିବ ଲାଭ ଯୋଜନା। ଯୋଜନାରେ ଲଘୁବନଜାତ ଦ୍ରବ୍ୟ କ୍ରୟ ହେବ। ଆାଦିବାସୀଙ୍କ ବନଜାତ ଦ୍ରବ୍ୟ କିଣିବ ଟିଡିସିସି। ବନଜାତ ଦ୍ରବ୍ୟର ଏମଏସପି ଧାର୍ଯ୍ୟ କରିବେ ସରକାର। ବନଜାତ ଦ୍ରବ୍ୟର କ୍ରୟ ପାଇଁ ୧୦୦ କୋଟିର ଫଣ୍ଡ ରହିବ।  ଫଳରେ  ଉପକୃତ ହେବେ ୧୪ ଆଦିବାସୀ ବହୁଳ ରାଜ୍ୟ।

 ସେହିପରି ଗଠନ ହେବ ଆଦିବାସୀ ଭାଷା କମିଶନ। ଆଦିବାସୀ ଭାଷାର ସଂରକ୍ଷଣ ଓ ପ୍ରସାର ପାଇଁ କାମ କରିବ। ଆଦିବାସୀ ଜମି  କିଣା ନିୟମ ପ୍ରତ୍ୟାହୃତ କରାଯାଇଛି । ସାଧାରଣ ବର୍ଗକୁ ବିକ୍ରି ନିୟମ ନିଷ୍ପତ୍ତି ପ୍ରତ୍ୟାହୃତ  କରାଯାଇଛି। 

ଆହୁରି ପଢନ୍ତୁ : ସ୍ତ୍ରୀକୁ ଗଳାକାଟି ହତ୍ୟା ମାମଲା : ସ୍ବାମୀକୁ ଆଜୀବନ କାରାଦଣ୍ଡ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.