ପ୍ରମୂଖ ଖବର
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଥାନାରେ ୫ ବର୍ଷୀୟ ଶିଶୁର ଅଭିଯୋଗ, ବାପାଙ୍କୁ ଜେଲ୍‌ରେ ବନ୍ଦ କର

ମଧ୍ୟପ୍ରଦେଶ୨୫/୦୮: ମଧ୍ୟପ୍ରଦେଶର ଧାର୍‌ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଯାହାର ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି । ଭିଡିଓରେ ଜଣେ ୫ ବର୍ଷୀୟ ଶିଶୁ ଥାନାରେ ପହଞ୍ଚି ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ତା’ର ଅଭିଯୋଗ ଶୁଣି ପୁଲିସ ମଧ୍ୟ ଚକିତ ହୋଇଛି । ଶିଶୁଟି ଥାନାବାବୁଙ୍କ ସାମ୍ନାରେ ବସି ନିଜର ଅଭିଯୋଗ ଶୁଣାଉଥିବା ନଜର ଆସିଛି । ଥାନାଧିକାରୀ ପଚାରିବାରୁ ସେ ନିଜ ନାଁ ହସନାନ୍‌ ବୋଲି କହିଛି । ଇକବାଲ ନାମକ ନିଜ ବାପାଙ୍କ ବିରୋଧରେ ଅଭିଯୋଗ ନେଇ ସେ ଥାନାରେ ପହଞ୍ଚିଥିବା କହିଛି । 

ତା’ର ଅଭିଯୋଗ ଅନୁସାରେ, ବାପା ତାକୁ ରାସ୍ତାରେ ବୁଲିବାକୁ ଦେଉନାହାନ୍ତି । ନଦୀ କୂଳକୁ ଯିବାକୁ ଦେଉନାହାନ୍ତି । ସେଥିପାଇଁ ସେ ତାଙ୍କ ଉପରେ ରାଗି ଥାନାରେ ପହଞ୍ଚିଛି । ସେତିକି ନୁହେଁ, ବାପାଙ୍କୁ ଜେଲରେ ବନ୍ଦ କରିବାକୁ ସେ ଥାନାଧିକାରୀଙ୍କୁ କହିଛି । ଏହା ଶୁଣି ଥାନାରେ ଉପସ୍ଥିତ ସମସ୍ତ କର୍ମଚାରୀ ହସି ହସି ବେଦମ୍‌ ହୋଇଛନ୍ତି । ଶିଶୁର ଭିଡିଓ ଏବେ ସୋସିଆଲ ମିଡିଆରେ ସଭିଁଙ୍କ ଧ୍ୟାନ ଆକର୍ଷଣ କରିଛି । ସେପଟେ ଶିଶୁର ଅଭିଯୋଗ ପରେ ଇକବାଲଙ୍କୁ ଲୋକେ ଫୋନ୍‌ କରି ପଚାରୁଛନ୍ତି, ସବୁ ଠିକ୍‌ ଅଛି ତ? ଲୋକଙ୍କୁ ଜବାବ ଦେଇ ଇକବାଲ ଥକି ପଡ଼ିଲେଣି । ପୁଲିସ ସାମ୍ନାରେ ବସି ନିଜ ବାପାଙ୍କ ବିରୋଧରେ ଅଭିଯୋଗ କରୁଥିବା ପିଲାର ସାହାସକୁ ୟୁଜର୍‌ ପ୍ରଶଂସା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.