ଭୁବନେଶ୍ଵର, ୦୫/୦୯ : ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ୨୦୨୩ରେ ଦୁର୍ଘଟଣା ନେଇଛି ୫ ହଜାର ୬୯୬ ମୁଣ୍ଡ। ସେହିପରି ଆହତ ହୋଇଛନ୍ତି ୧୦ ହଜାର ୪୧୯ ଜଣ। ବିଜେଡ଼ି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଲେ ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ପରିବହନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୦୨୩ରେ ମୋଟ ୧୨ ହଜାର ୫୨ଟି ଦୁର୍ଘଟଣା ଘଟିଛି। ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ମୋଟ ୫୫ ହଜାର ୫୮୦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨୬ ହଜାର ୩୧୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨୦୨୩ରେ କେବଳ ୫ ହଜାର ୬୯୬ ଜଣଙ୍କର ମୃତ୍ୟୁ ହୋଇଛି।