ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

୫ ବର୍ଷରେ ୫୯ ହଜାର ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା, ମୁଖ୍ୟ କାରଣ ମାନସିକ ଚାପ

ନୂଆଦିଲ୍ଲୀ, ୦୩/୦୯ : ଯୁବଗୋଷ୍ଠୀଙ୍କ ଦେଶ ହେଉଛି ଭାରତ। ଏଠାରେ ୬୦%ରୁ ଅଧିକ ଲୋକ ଯୁବ ବୟସର। କିନ୍ତୁ ଏବେ ଏହି ଦେଶରେ ପ୍ରତି ୪୦ ମିନିଟ୍‌ରେ ଜଣେ ଯୁବା ନିଜ ଜୀବନ ହାରୁଛି । ‘ଷ୍ଟୁଡେଣ୍ଟ ସୁସାଇଡ୍‌-ଆନ୍‌ ଏପିଡେମିକ୍‌ ସ୍ୱିପିଙ୍ଗ୍‌ ଇଣ୍ଡିଆ’ ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ମୁତାବକ, ଦେଶରେ ପ୍ରତିଦିନ ୩୫ରୁ ଅଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଦେଶରେ ୫୯ ହଜାର ୧୫୩ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଷ୍ଟୁଡେଣ୍ଟ ସୁସାଇଡ-ଆନ୍‌ ଏପିଡେମିକ୍‌ ସ୍ୱିପିଙ୍ଗ୍‌ ଇଣ୍ଡିଆ ରିପୋର୍ଟ ଆଇସି୩ର ବାର୍ଷିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା । ଏହାକୁ ପ୍ରସ୍ତୁତ କରିବା ପାଇଁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ତଥ୍ୟର ସହୟତା ନିଆଯାଇଥିଲା । 

ଆଇସି୩ ହେଉଛି ଏକ ଅଣ ଲାଭକରୀ ସଙ୍ଗଠନ, ଯାହା ସମଗ୍ର ବିଶ୍ୱରେ ଶିକ୍ଷା କ୍ଷେତ୍ରରେ କାମ କରୁଛି । ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ଯେଉଁଠି ଆତ୍ମହତ୍ୟା ହାର ପ୍ରତି ବର୍ଷ ୨% ବୃଦ୍ଧି ପାଉଛି, ସେଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ହାର ୪% ବଢ଼ୁଛି । ଅର୍ଥାତ୍‌ ଦେଶରେ ଆତ୍ମହତ୍ୟାର ଯେତେ ମାମଲା ପ୍ରତିବର୍ଷ ଆସୁଛି, ସେଥିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବାଧିକ ରହୁଛି । ସଂଖ୍ୟା ଦୃଷ୍ଟିରୁ ୨୦୨୧ରେ ୧୩ ହଜାର ୮୯ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । ୨୦୨୨ରେ ଏହି ସଂଖ୍ୟା ୧୩ ହଜାର ୪୪ ଥିଲା । ସେହିଭଳି ୨୦୧୮ରୁ ୨୦୨୦ ମଧ୍ୟରେ ମୋଟ ୩୩ ହଜାର ୨୦ ଛାତ୍ରଛାତ୍ରୀ ନିଜ ଜୀବନ ହାରିଥିଲେ । 

ଆତ୍ମହତ୍ୟା ପଛରେ ମାନସିକ ଚାପ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ପଛରେ ପୃଥକ୍‌ ପୃଥକ୍‌ କାରଣ ରହିଛି । ତନ୍ମଧ୍ୟରୁ ସବୁଠୁ ବଡ଼ କାରଣ ହେଉଛି ମାନସିକ ଚାପ । ୟୁନିସେଫ୍‌ର ଏକ ରିପୋର୍ଟ ମୁତାବକ, ଭାରତରେ ୧୫ରୁ ୨୪ ବର୍ଷର ପ୍ରତ୍ୟେକ ୭ ଜଣରେ ଜଣେ ଖରାପ ମାନସିକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରୁଛି । ସବୁଠୁ ବଡ଼ କଥା ହେଉଛି ଲୋକମାନେ ନିଜ ମାନସିକ ଚାପକୁ ଗୁରୁତ୍ୱର ସହ ନେଉନାହାନ୍ତି । ଫଳରେ ଧୀରେ ଧୀରେ ଏହା ସେମାନଙ୍କୁ ମୃତ୍ୟୁ ଆଡ଼କୁ ଟାଣିନେଉଛି । ୟୁନିସେଫ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଯେତେ ଲୋକ ସାମିଲ ହୋଇଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୪୧% ଲୋକ ନିଜ ମାନସିକ ସମସ୍ୟାର ସମାଧାନ ଲାଗି କାଉନ୍‌ସେଲରଙ୍କ ପାଖକୁ ଯାଇଥିବା କହିଥିଲେ । ଅର୍ଥାତ୍‌ ୫୯% ଲୋକ ନିଜ ମାନସିକ ଚାପଜନିତ ସମସ୍ୟାକୁ କମାଇବା ଲାଗି କୌଣସି ପଦକ୍ଷେପ ନେଇ ନ ଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.