ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବରମୁଣ୍ଡା ବସଷ୍ଟାଣ୍ଡ କାମ ତଦାରଖ କଲେ 5T ଅଧ୍ୟକ୍ଷ, କାମକୁ ତ୍ଵରାନ୍ଵିତ କରିବା ଲାଗି ବିଡିଏକୁ ନିର୍ଦ୍ଦେଶ

ଭୁବନେଶ୍ଵର, ୩୦/୦୧ : ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚି ନିର୍ମାଣ କାର୍ଯ୍ୟ ତଦାରଖ କଲେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ଅଧ୍ୟକ୍ଷ ଆଜି ସକାଳୁ ପହଞ୍ଚି ବସଷ୍ଟାଣ୍ଡରେ ଚାଲିଥିବା ବିଭିନ୍ନ କାମର ସମୀକ୍ଷା କରିଛନ୍ତି। ଏହା ସହ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କରିଛନ୍ତି। କାମକୁ ତ୍ଵରାନ୍ଵିତ କରିବା ଲାଗି ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। 

ରାଜ୍ୟ ଏବଂ ରାଜ୍ୟ ବାହାର ପାଇଁ ବରମୁଣ୍ଡା ବସଷ୍ଟାଣ୍ଡ ଯୋଗାଯୋଗର ଏକ ପ୍ରମୁଖ ହବ୍ ହେବାକୁ ଯାଉଛି । ସାଢେ ୧୫ ଏକର ଜମିରେ ନିର୍ମାଣାଧୀନ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି । ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଏୟାରପୋର୍ଟ ଭଳି ଅନୁଭବ ମିଳିବ। ଫେବ୍ରୁଆରୀ ମଧ୍ୟ ଭାଗରେ ଏହାକୁ ଲୋକାର୍ପିତ କରିବା ଲକ୍ଷ୍ୟ ରଖାଯାଇଛି। 

ପ୍ରାୟ ୨୦୯.୩୦ କୋଟି ଟଙ୍କା ବିନିମୟରେ ଏହି ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇଛି । ଏଥିରେ ଯାତ୍ରୀଙ୍କ ପାଇଁ ଶୀପତାପ ନିୟନ୍ତ୍ରଣ ବିଶ୍ରାମସ୍ଥଳୀ ସହିତ ଶୌଚାଳୟ, ପିଇବାପାଣି, ହୋଟେଲ ଆଦିର ବ୍ୟବସ୍ଥା ରହିଛି । ବସ୍‌ଷ୍ଟାଣ୍ଡ ଭିତରେ ମଡେଲ ଆହାର କେନ୍ଦ୍ର ନିର୍ମାଣ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀମାନେ ଏହି ଆହାର କେନ୍ଦ୍ରର ଲାଭ ନେଇ ପାରିବେ । 

ବସ୍‌ଷ୍ଟାଣ୍ଡ ଭିତରେ ଘରୋଇ ବସ୍‌ ମାଲିକ ସଂଘର ଅଫିସ, ଅନ୍ୟାନ ସଂଘର ଅଫିସ ରହିବ । ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମଗାର ରହିବ । ସେହିପରି ଘରୋଇ ଓ ଓଏସ୍‌ଆରଟିସି ବସ୍‌ର ସ୍ୱତନ୍ତ୍ର ଟିକେଟ କାଉଣ୍ଟର ରହିବ । ରେଳ ଷ୍ଟେସନ ଭଳି ସ୍ୱତନ୍ତ୍ର ଲଗେଜ୍‌ କାଉଣ୍ଟର ରଖାଯାଇଛି। ପୁଲିସ୍‌ ଆଉଟ ପୋଷ୍ଟ, ଟ୍ରାଫିକ ପରିଚାଳନା କେନ୍ଦ୍ର ବି ବସ୍‌ଷ୍ଟାଣ୍ଡ ଭିତରେ ରହିବ । ବିଡିଏ ପକ୍ଷରୁ ମୋଟ୍‌ ୧୩୦ ଦୋକାନ ଏହି ବସ୍‌ ଷ୍ଟାଣ୍ଡ ଭିତରେ ନିର୍ମାଣ କରାଯାଇଛି ।

ବସ୍‌ଷ୍ଟାଣ୍ଡ ଭିତରେ ଓଏସ୍‌ଆରଟିସି, ଘରୋଇ ବସ୍‌, ମୋ ବସ୍‌ର ପୃଥକ ପୃଥକ ବେ ନିର୍ମାଣ କରାଯାଇଛି । ଏକା ବେଳେ ୫୦ ବସ୍‌ ଲାଗିବାର ସୁବିଧା କରାଯାଇଛି । ସେହିପରି ମୋ ବସ୍‌ ପାଇଁ ହୋଇଥିବା ସ୍ୱତନ୍ତ୍ର ବସ୍‌ ବେ ଭିତରେ ଲୋକଙ୍କୁ ନେବା ଆଣିବା କରିହେବ । 

ବରମୁଣ୍ଡା ମୁଖ୍ୟ ଗେଟ୍‌ରେ ସମସ୍ତ ବସ୍‌ ପ୍ରବେଶ କରିବେ, ଟାଟା ମୋଟରର୍ସ  ପଟ ଦେଇ ସମସ୍ତ ବସ୍‌ ବାହାରିବେ । କଟକ ଆଡୁ ଆସୁଥିବା ବସ୍‌  ଖଣ୍ଡଗିରି ଦେଇ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯିବେ । ସେହିପରି ବ୍ରହ୍ମପୁର, ଖୋର୍ଦ୍ଧାକୁ ଯାଉଥିବା ବସ୍‌ ଟାଟା ମୋଟର୍ସରୁ ବାହାରି ଫାୟାର ଷ୍ଟେସନ ଦେଇ ୟୁ ଟର୍ଣ୍ଣ କରି ଗନ୍ତବ୍ୟସ୍ଥଳକୁ ଯିବ ।

Also Read :-

ଖୋଲିବ ରାତ୍ରିକାଳୀନ ପ୍ଲିଂ ମାର୍କେଟ ମଜା ନେବେ ରାଜଧାନୀବାସୀ, ଖାଦ୍ୟ ସାଙ୍ଗକୁ ଜମିବ ନାଚଗୀତ


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.