ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝଲସୁଛି ବେଳାଭୂମି, କୋଣାର୍କ ଇକୋ ରିଟ୍ରିଟର ପଞ୍ଚମ ସଂସ୍କରଣ ଆରମ୍ଭ

କୋଣାର୍କ, ୦୧/୧୨: ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟ ସ୍ୱର୍ଣ୍ଣାଭ ବେଳାଭୂମିରେ ଶୁକ୍ରବାର ଆରମ୍ଭ ହୋଇଛି କୋଣାର୍କ ଇକୋ ରିଟ୍ରିଟର ପଞ୍ଚମ ସଂସ୍କରଣ । ଭର୍ଚୁଆଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇଥିବା ବେଳେ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ।

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ କହିଥିଲେ, ଆମ ରାଜ୍ୟର ଇକୋ ରିଟ୍ରିଟକୁ ଦେଖି ଅନ୍ୟ ରାଜ୍ୟରେ ଇକୋ ରିଟ୍ରିଟ ହେବାକୁ ଯାଉଛି । ଇକୋ ରିଟ୍ରିଟ୍ ପର୍ଯ୍ୟଟନ ବିଭାଗର ସର୍ବୋକୃଷ୍ଟ ପରିକଳ୍ପନା । ଏହା ପ୍ରଥମେ କୋଣାର୍କରୁ ଆରମ୍ଭ ହୋଇ ଏବେ ରାଜ୍ୟରେ ୭ଟି ସ୍ଥାନରେ ଚାଲିଥିବା କହିଛନ୍ତି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

ଇକୋ ରିଟ୍ରିଟ୍‌ର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ, କୋଣାର୍କ ଉତ୍ସବ ଓ ବାଲୁକା କଳାର ମଜା ନେବେ ପର୍ଯ୍ୟଟକ

କୋଣାର୍କ ଇକୋ ରିଟ୍ରିଟର ପ୍ରଥମ ରାତିରେ ୨୦ ତମ୍ବୁଘର ବୁକିଂ ହୋଇଛି । ଚଳିତ ଥର ବେଳାଭୂମିରେ ୭୦ଟି ତମ୍ବୁଘର ଓ ଦୁଇଟି ଓପନ ବାର ଖୋଲାଯାଇଛି । ତମ୍ବୁଘରେ ଗୋଟିଏ ରାତି ରହଣୀ ପାଇଁ ୭ ହଜାର ଟଙ୍କାରୁ ୨୭ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ । ତମ୍ବୁ ଘରେ ରାତ୍ରିଯାପନରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ମିଳିବ ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବେଳାଭୂମିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉଦଘାଟନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର ସନ୍ତୋଷ ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । କୋଣାର୍କ ଇକୋ ରିଟ୍ରିଟ୍ ସାଢ଼େ ୩ ମାସ ଧରି ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.