ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବିବାହରେ ନିଅଣ୍ଟ ହେଲା ରସଗୋଲା; ଝଗଡ଼ାରୁ ୬ଜଣ ଆହତ

ନୂଆଦିଲ୍ଲୀ,୨୧/୧୧: ଉତ୍ତରପ୍ରଦେଶର ଏକ ବିବାହ ଭୋଜିରେ ରସଗୋଲା ନିଅଣ୍ଟ ପଡ଼ିବାରୁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ପୁଲିସ୍‌ କହିଛି। ରବିବାର ମଧ୍ୟରାତ୍ରୀରେ ୟପିର ସମସାବାଦରେ ଏହି ଘଟଣା ଘଟିଛି। ପୁଲିସର କହିବାନୁଯାୟୀ, ଆହତ ମାନଙ୍କୁ ନିକଟସ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏବଂ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ରହିଛି। 

ପଢ଼ନ୍ତୁ: ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଖରାପ ଖବର; ଏବେ ଆଉ ମିଳିବନି ଏହି ସୁବିଧା, ଏଥର କିଣିବେ ଷ୍ଟୋରେଜ୍ !

ଏହି ଘଟଣାରେ ମୋଟ ୬ଜଣ ଆହତ ହୋଇଛନ୍ତି। ତେବେ ଯେଉଁମାନେ ହସ୍ପିଟାଲରେ ଅଛନ୍ତି ଏବଂ ବିପଦମୁକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଥିବା କହିଛନ୍ତି ସମସାବାଦ ପୋଲିସ ଷ୍ଟେସନ୍‌ର ଏସ୍‌ଏଚ୍‌ଓ ଅନୀଲ ଶର୍ମା। ବ୍ରିଜବନ କୁଶଓ୍ବାହଙ୍କ ବାସବଭନରେ ରବିବାର ସଂନ୍ଧ୍ୟାରେ ଏକ ବିବାହ ଭୋଜିର ଆୟୋଜନ ହୋଇଥିଲା। ତେବେ ଏଥିରେ ରସଗୋଲା ଅଭାବ ପଡ଼ିବାରୁ ଜଣେ ବ୍ୟକ୍ତି ଏନେଇ ଏକ ଅଶାଳୀନ ମନ୍ତବ୍ୟ ଦେଇ‌ଥିଲେ। ଫଳରେ ଏହାକୁ ନେଇ ପ୍ରଥମେ ବଚସା ଓ ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। 

ରସଗୋଲାକୁ ନେଇ ଆରମ୍ଭ ହୋଇଥିବା ବଚସା ପରେ ହୋଇଥିବା ହାତାହାତି ପରିସ୍ଥିତିରେ ଭଗବାନ ଦେବୀ, ଯୋଗେଶ, ମନୋଜ, କୈଳାଶ, ଧର୍ମେନ୍ଦ୍ର ଓ ପଓ୍ବନ ନାମକ ବ୍ୟକ୍ତି ବିଶେଷ ଭାବେ ଆହତ ହୋଇଛନ୍ତି। ସୂଚନାଥାଉକି ଗତବର୍ଷ ଏତମାଦପୁରର ଏକ ବିବାହ ଉତ୍ସବରେ ମିଠା ନିଅଣ୍ଟକୁ ନେଇ ହୋଇଥିବା ଝଗଡ଼ାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।  

You can also read: ଉତ୍ତରକାଶୀ ଟନେଲ୍‌ରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାରକାର୍ଯ୍ୟରେ ବଡ଼ ସଫଳତା; ସାଇଟ୍‌ ଉପରକୁ ଡିଆରଡିଓ ପଠାଇଲା ରୋବଟ୍


 

 

 

 

 

 

 

 

 

Copyright © 2022 - Summa Real Media Private Limited. All Rights Reserved.