ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟ୍ରକକୁ ମୁହାଁମୁହିଁ ଧକ୍କା ଦେଲା କାର, ୬ ମୃତ

ଲକ୍ଷ୍ନୌ, ୧୪/୫: ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକକୁ ମୁହାଁମୁହିଁ ଧକ୍କା ଦେଲା କାର। ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ହପୁର ଅଞ୍ଚଳର ବ୍ରଜଘାଟ ଟୋଲ ପ୍ଲାଜା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହା ପରେ କାରରେ ଫସି ରହିଥିବା ମୃତଦେହଗୁଡିକୁ ବାହାରକୁ ଆଣି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । 


ତେବେ କାରଟି କୋଟୱାଲୀ ଦେଇ ମୋରଦାବାଦରୁ କାରଟି ଦିଲ୍ଲୀ ଅଭିମୁଖେ ଯାଉଥିଲା । ଡ୍ରାଇଭରଙ୍କ ସମେତ କାରରେ ମୋଟ ୭ ଜଣ ଯାତ୍ରୀ ଥିଲେ। ହଠାତ କାରର ଚକ ଫାଟିଯିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ଏକ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ ।ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । କିଛି ସମୟ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିବା କୁହାଯାଉଛି।


ଜଣେ ପୋଲିସ ଅଧିକାରୀ ଅଭିଷେକ ବର୍ମା କହିଛନ୍ତି ଯେ, ଗତ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିଲା ।ପ୍ରାଥମିକ ତଦନ୍ତ ଅନୁଯାୟୀ କାରର ଚକ ଫାଟିଯିବାରୁ ତାହା ଭାରସାମ୍ୟ ହରାଇ  ଡିଭାଇଡରରେ ପିଟି ହେବା ପରେ ରାସ୍ତାରେ ଅନ୍ୟ ପାର୍ଶ୍ବରେ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.