ମୁମ୍ୱାଇ : ମୁମ୍ୱାଇର ମଲାଡ ପୂର୍ବ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଥିବା ଖବର ସାମନାକୁ ଆସିଛି। ଏଠାରେ ଏକ ନିର୍ମାଣାଧୀନ କୋଠାରେ କାମ କରୁଥିବା ୬ଜଣ ଶ୍ରମିକ ୨୦ ମହଲାରୁ ଖସି ପଡ଼ିଛନ୍ତି, ଯେଉଁଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଲାଇଭ ହିନ୍ଦୁସ୍ତାନ ଡଟ୍କମ୍ରେ ପ୍ରକାଶିତ ସୂଚନା ଅନୁସାରେ , ଏହି ଦୁର୍ଘଟଣାଟି ସକାଳ ପାଖାପାଖି ୧୧.୪୦ରେ ହୋଇଛି। ଯେବେ ମଲାଡ ପୂର୍ବର ଗୋବିନ୍ଦ ନଗର ଅଞ୍ଚଳ ସ୍ଥିତ ନବଜୀବନ ବିଲ୍ଡିଂରେ କାମ ଚାଲିଥିଲା। ଏହି ଘଟଣାର ପାଖାପାଖି ଅଧ ଘଣ୍ଟା ପରେ ଫାୟର ବ୍ରିଗେଡ ଓ ଡିଣ୍ଡୋଶି ପୁଲିସକୁ ସୂଚନା ମିଳିଛି। ପୁଲିସ ଅଧିକାରୀମାନେ କହିଛନ୍ତି କି ଏହି ଦୁର୍ଘଟଣା ସେହି କୋଠାରେ ହୋଇଛି , ଯାହାକୁ ଝୁଗି ବସ୍ତିର ପୁନଃସ୍ଥାପନ ପାଇଁ ତିଆରି କରାଯାଉଛି।
ସୂଚନା ଅନୁସାରେ , ଏହି ବିଲ୍ଡିଂର ନିର୍ମାଣ ଶିବ ଶକ୍ତି ବିଲ୍ଡର୍ସ ପକ୍ଷରୁ ହେଉଛି। ଗୁରୁବାର ୨୦ତମ ମହଲାରେ ପାଖାପାଖି ୨୮ ଜଣ ଶ୍ରମିକ କାମ କରୁଥିଲେ। ଏହି ସମୟରେ ସେଠାରେ ତିଆରି ହେଉଥିବା ଏକ ସ୍ଲାବ ଖସି ପଡ଼ିଥିଲା ଏବଂ ଏଥିରେ ଠିଆ ହୋଇଥିବା ୬ ଜଣ ଶ୍ରମିକ ତଳକୁ ଖସି ପଡ଼ିଥିଲେ। ଏହି ଭୀଷଣ ଦୁର୍ଘଟଣାରେ ୩ ଜଣ ଲୋକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇ ଥିଲା, ଆଉ ଦୁଇ ଜଣଙ୍କର ଗୁରୁତର ସ୍ଥିତିରେ ହସ୍ପିଟାଲରେ ଚିକିତ୍ସା ଚାଲୁ ରହିଛି । ଜଣେ ଶ୍ରମିକଙ୍କର ହସ୍ପିଟାଲରେ ଚିକିତ୍ସା ବେଳେ ହିଁ ମୃତ୍ୟୁ ହୋଇଛି। ଏହି ଘଟଣାରେ ବିଲ୍ଡର୍ସଙ୍କ ଉପରେ ପ୍ରଶ୍ନ ଉଠୁଛି କି, ସେଠାରେ ସୁରକ୍ଷା ନେଇ କୌଣସି ବନ୍ଦୋବସ୍ତ କାହିଁକି କରାଯାଇ ନଥିଲା।
ପୁଲିସ ଅଧିକାରୀଙ୍କ ମୁତାବିକ , ଯେଉଁଠି କାମ ଚାଲୁଥିଲା , ସେଠାରେ ସୁରକ୍ଷାର କୌଣସି ବନ୍ଦୋବସ୍ତ ନଥିଲା। ସେଠାର ସ୍ଥିତି ଉପରେ ସଠିକ୍ ଅନ୍ଦାଜ ଲଗେଇବାକୁ, ବର୍ତ୍ତମାନ ପୁଲିସ ଘଟଣା ସ୍ଥଳରେ ଥିବା ଶ୍ରମିକଙ୍କ ବୟାନ ନେଉଛନ୍ତି। ଯଦି ଏହି ଲୋକଙ୍କ ଭୁଲ୍ ଥିବା ଜଣାପଡ଼େ ତ କେସ୍ ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।