ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ରାଜ୍ୟରେ ୬୪ ହଜାର କୁକୁର କାମୁଡ଼ା ଆକ୍ରାନ୍ତ, ବୁଲା କୁକୁର ବନ୍ଧ୍ୟାକରଣରେ ଓଡି଼ଶା ସରକାର ବିଫଳ

ଭୁବନେଶ୍ୱର, ୧୫/୧୧ : ବୁଲା କୁକୁର କାମୁଡି଼ଲେ, ଦାନ୍ତ ଦାଗ ପିଛା ୧୦ ହଜାର ଟଙ୍କା ସହାୟତା ରାଶି ମିଳିବ । ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ତଥ୍ୟ କହୁଛି, ଓଡି଼ଶାରେ ୨୦୨୨ରେ ପ୍ରାୟ ୬୪ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଥିଲେ । ଯଦି ଏହି ଆଧାରରେ ଏମାନେ ଅଦାଲତଙ୍କ ଦ୍ୱାରସ୍ଥ ହୁଅନ୍ତି । ତେବେ କୁକୁର କାମୁଡ଼ାରେ ସୃଷ୍ଟି ୫ଟି ଦାନ୍ତ ଦାଗ ପିଛା ଆମ ରାଜ୍ୟ ସରକାର ପାଖାପାଖି ୨୦୦ କୋଟି ଟଙ୍କା ସହାୟତା ରାଶି ଗଣିଥାନ୍ତେ । ବୁଲା କୁକୁର ନିୟନ୍ତ୍ରଣ, ବନ୍ଧ୍ୟାକରଣରେ ଫେଲ୍‌ ମାରିଥିବା ଓଡି଼ଶା ସରକାର କେତେ ଯେ ତଣ୍ଡ ଗଣିବେ, ତାହା ଆକଳନ ବାହାରେ । 

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ସତ୍ୟପାଲ୍‌ ସିଂ ଭଗେଲଙ୍କ ଲୋକସଭାରେ ଉପସ୍ଥାପିତ ତଥ୍ୟ ମୁତାବକ, ୨୦୨୨ରେ ଓଡି଼ଶାରୁ ୬୪,୬୪୨ଟି କୁକୁର କାମୁଡ଼ା ଘଟଣା ସାମ୍ନାକୁ ଆସିଥିଲା । ୨୦୨୧ରେ ଏହି ସଂଖ୍ୟା ୫୯,୦୮୫ ଥିଲା । ୨୦୨୨ ତଥ୍ୟ ମୁତାବକ, ଅନ୍ୟ ରାଜ୍ୟ ତୁଳନାରେ ଓଡି଼ଶାର ସ୍ଥାନ ୧୦ରେ ଥିଲା । ସବୁଠୁ ଅଧିକ ମହାରାଷ୍ଟ୍ରରେ ୩.୯ ଲକ୍ଷ କୁକୁର କାମୁଡ଼ା ମାମଲା ରହିଛି । ତା’ ତଳକୁ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ବିହାର, ତେଲେଙ୍ଗାନା, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଛି ।  କେବଳ ଭୁବନେଶ୍ୱରକୁ ହିସାବକୁ ନେଲେ, ପ୍ରତିଦିନ ପାଖାପାଖି ୧୮୦ରୁ ୨୦୦ଜଣ କୁକୁର କାମୁଡ଼ାର ଶିକାର ହେଉଛନ୍ତି । ସେମାନେ ଆଣ୍ଟିରାବିଜ୍‌ ଇନ୍‌ଜେକ୍ସସନ ନେବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି । ଏହି ବର୍ଦ୍ଧିତ କୁକୁର କାମୁଡ଼ା ପଛର କାରଣ ହେଉଛି ପଶୁ ଜନ୍ମ ନିୟନ୍ତ୍ରଣ (ଏବିସି) ଅଭିଯାନରେ ବିଫଳତା । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ (ଏଫ୍‌ଏଆର୍‌ଡି) ବିଭାଗ ରାଜ୍ୟର ୧୨ଟି ସହରାଞ୍ଚଳରେ ଏବିସି ଅଭିଯାନ ଚଳାଇଥିଲା । 

୨୦୨୧-୨୨ରେ ଭୁବନେଶ୍ୱରରେ ମାତ୍ର ୨୧୫୦ କୁକୁରଙ୍କ ବନ୍ଧ୍ୟାକରଣ ହୋଇଥିଲା । ତା’ ପୂର୍ବବର୍ଷ ଏହି ସଂଖ୍ୟା ମାତ୍ର ୧୦୨୪ ଥିଲା । ୨୦୨୧- ୨୨ରେ କଟକରେ ୪୬୩, ସମ୍ବଲପୁର ଓ ରାଉରକେଲାରେ ୧୫୨, ବାରିପଦାରେ ୨୩୧ ଓ ପୁରୀରେ ୮୫୬ଟି କୁକୁରଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ୨୦୧୯ ପ୍ରାଣୀ ଜନଗଣନା ତଥ୍ୟ ମୁତାବକ, ଓଡି଼ଶାରେ ବୁଲା କୁକୁରଙ୍କ ସଂଖ୍ୟା ସାରା ଦେଶରେ ଦ୍ୱିତୀୟ ସର୍ବାଧିକ । ଅର୍ଥାତ୍‌ ପ୍ରାୟ ୧୭ ଲକ୍ଷ ବୁଲା କୁକୁର ରାଜରାସ୍ତାରେ, ଗଳିକନ୍ଦିରେ ବୁଲୁଛନ୍ତି । ଗତ ଫେବ୍ରୁଆରୀରେ ହାଇଦ୍ରାବାଦ୍‌ରେ କିଛି ବୁଲା କୁକୁର ଜଣେ ୪ ବର୍ଷର ଶିଶୁକୁ ଝୁଣି ପକାଇଥିଲେ । ଓଡି଼ଶା ସରକାର ତତ୍ପର ହୋଇ ଓଡି଼ଶା ରାସ୍ତାକୁ ବୁଲାକୁକୁର ଶୂନ୍ୟ କରିବାକୁ ନିଷ୍ପତ୍ତି ନେଲେ । କୃଷି ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ନିର୍ଦ୍ଦେଶ ଦେଲେ । ହେଲେ ଏବେ ବି ରାସ୍ତାରେ ମାଳ ମାଳ ବୁଲା କୁକୁର ବୁଲୁଛନ୍ତି । ସୋଆ ଭେଟନାରୀ କଲେଜ ଭେଷଜ ମୁଖ୍ୟ ଡ. ନିରଞ୍ଜନ ସାହୁଙ୍କ କହିବା ମୁତାବକ, ପଞ୍ଜାବ ଭଳି ଓଡି଼ଶାରେ ମଧ୍ୟ ପୀଡି଼ତଙ୍କୁ ଏହି ସହାୟତା ରାଶି ମିଳିବା ଦରକାର । ବୁଲା କୁକୁରଙ୍କୁ ସମାଜରୁ ତ ଆଉ ତଡି଼ ହେବନି । ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରିବା ଦିଗରେ ସରକାର ଧ୍ୟାନ ଦିଅନ୍ତୁ । ନଚେତ୍‌, ହଜାର ହଜାର କୁକୁର କାମୁଡ଼ା ବ୍ୟକ୍ତିଙ୍କୁ ଏକାବେଳକେ ସହୟତା ରାଶି ଦେବା ସରକାରଙ୍କୁ ମହଙ୍ଗା ପଡି଼ବ । ପଶୁ ପ୍ରେମୀ ତଥା ଆନିମଲ ଟ୍ରଷ୍ଟ ପ୍ରତିଷ୍ଠାତା ପୁରବୀ ପାତ୍ରଙ୍କ କହିବା ମୁତାବକ, ରାସ୍ତାଘାଟରେ ବୁଲା କୁକୁର ସଂଖ୍ୟା ବଢ଼ିଲେ କୁକୁର କାମୁଡ଼ା ଅନୁପାତ ବି ବଢ଼ିବ । କୁକୁର କାମୁଡ଼ା ସଂଖ୍ୟା କମାଇବାର ଏକମାତ୍ର ଉପାୟ ହେଉଛି ବନ୍ଧ୍ୟାକରଣ । ଶୀତ ଦିନ ଆସିଲାଣି । କୁକୁରମାନଙ୍କ ସିଜିନ୍‌ ଏଇଟା । ଓଲଟି ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଓଡି଼ଶା ହାଇକୋର୍ଟ ରହିତାଦେଶ ଦେଇଛନ୍ତି । ଯାହାକି, ଚିନ୍ତାର ବିଷୟ । କୁକୁର କାମୁଡ଼ାରେ ପୀଡି଼ତଙ୍କୁ କ୍ଷତିପୂରଣକୁ ସବୁବେଳେ ସମର୍ଥନ କରିବୁ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.