ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କର୍ତ୍ତବ୍ୟ ପଥରେ ନାରୀ ଶକ୍ତିର ଜଲଓ୍ବା: ୩ ବାହିନୀର ମହିଳା ଅଫିସର ଦେଖାଇଲେ ପରାକ୍ରମ, ମନ ଜିଣିଲା ମୋଟର ସାଇକେଲ ଷ୍ଟଣ୍ଟ

ନୂଆଦିଲ୍ଲୀ,୨୬।୧:  ୭୫ ତମ ଗଣତନ୍ତ୍ର ଦିବସ ପାଳନ କରୁଛି  ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ୍ର ଭାରତ। ଏହି  ଅବସରରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଶୁକ୍ରବାର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।  ଏହି ସମୟରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚଳିତ ବର୍ଷର ମୁଖ୍ୟ ଅତିଥି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଉପସ୍ଥିତ ଥିଲେ। ଏଥିସହ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଥିଲେ। ପତାକା ଉତ୍ତୋଳନ ପରେ ପରେଡରେ ଅଭିଭାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। କର୍ତ୍ତବ୍ୟପଥରେ ଆଜି କେବଳ ସାଂସ୍କୃତିକ ଐତିହ୍ୟ ନୁହେଁ ବଂର ଦେଶର ଶକ୍ତି ଓ ପରାକ୍ରମ ଦେଖିବାକୁ ମିଳିଛି।

ଏଥର ଗଣତନ୍ତ୍ର ଦିବସର ମୁଖ୍ୟ ଆକର୍ଷଣ ରହିଛି ୩ ବାହିନୀର ମହିଳା ଅଫିସରଙ୍କ ବୀରତ୍ୱ ପ୍ରଥମ କରି ସେନା ବାହିନୀର ମେଡିକାଲ ମହିଳା କଣ୍ଟିଜେଣ୍ଟ ସାମିଲ୍ ହୋଇଛନ୍ତି। କର୍ତ୍ତବ୍ୟପଥରେ ବହୁ  ପ୍ରତୀକ୍ଷିତ ମୋଟରସାଇକେଲ ମାର୍ଚ୍ଚ ବାହାରିଛି। ଏଥର ମୋଟର ସାଇକେଲ ମାର୍ଚ୍ଚ ଜରିଆରେ ମଧ୍ୟ ନାରୀ ଶକ୍ତିର ପ୍ରଦର୍ଶନ କରାଯାଉଛି।   CRPF, BSF ଏବଂ SSB ର ମହିଳା କର୍ମଚାରୀମାନେ ମୋଟର ସାଇକେଲ ପ୍ରଦର୍ଶନ ସମୟରେ ସାହସିକ ଷ୍ଟଣ୍ଟ ପ୍ରଦର୍ଶନ କରି ଦେଶର ମହିଳା ଶକ୍ତି ପ୍ରଦର୍ଶନ କରିଛନ୍ତି। ୨୬୦ ରୁ ଅଧିକ  ସାହସୀ ମହିଳା ଅଫିସର ଚନ୍ଦ୍ରାୟନ, ବିଭିନ୍ନ ସ୍ଥାନରେ ସୁରକ୍ଷା, ଅଭିବାଦନ ଏବଂ ଯୋଗରୁ ସିଦ୍ଧି ସମେତ ବିଭିନ୍ନ ଗଠନ ମାଧ୍ୟମରେ ସାହସିକତା ଏବଂ ନିଷ୍ଠା ପ୍ରଦର୍ଶନ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.