ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୁଇଟି ପୃଥକ ଡକାୟତି ଘଟଣାରେ ୮ ଗିରଫ, ୫ ବାଇକ ଜବତ

ଫିରିଙ୍ଗିଆ,୭।୫  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଂଚଳରେ କିଛିଦିନ ତଳେ ହୋଇଥିବା ଦୁଇଟି ସଶସ୍ତ୍ର ଡକାୟତି ଘଟଣାର ପର୍ଦାଫାଶ କରିଛି ଫିରିଙ୍ଗିଆ ପୋଲିସ I ଏହି ଦୁଇଟି ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଆଠ ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ  କରିଛି। ସେମାନଙ୍କ ପାଖରୁ ତିନୋଟି ବାଇକ ଦୁଇଟି ଦେଶୀ ପିସ୍ତଳ, ଦୁଇଟି ମୋବାଇଲ, ଭୁଜାଲି ଓ ଛୁରୀ କୁ ମଧ୍ୟ ଜବତ କରାଯାଇଛି I ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟ୍ୟରେ ସାତ ଜଣ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଂଚଳର ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ ଗୋଛାପଡା ଥାନା ଅଞ୍ଚଳର। 

ଗତ ୨୯ ତାରିଖ ବିଳମ୍ବିତ ରାତିରେ ପାଞ୍ଚ ରୁ ସାତ ଜଣ ଅଭିଯୁକ୍ତ ଫିରିଙ୍ଗିଆ ଥାନା ଅଧୀନର ଜନୈକ ବ୍ୟକ୍ତି ଙ୍କ ଘରେ ନିଜକୁ ମାଓବାଦୀର ପରିଚୟ ଦେଇ ମାରଣାସ୍ତ୍ର ଦେଖାଇ ଟଙ୍କା ସୁନା ମୋବାଇଲ ଲୁଟ କରିଥିଲେ I ଲୁଟ କରିବା ପରେ ଲୁଟ ର ଶିକାର ହୋଇଥିବା ବ୍ୟକ୍ତି ଙ୍କ ଘରୁ ଜଣେ ନାବାଳିକା କୁ ଟେକି ନେଇ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ତିନିଜଣ ଦୁଷ୍କର୍ମ କରିଥିଲେ I  ଲୁଟର ଶିକାର ହୋଇଥିବା ଘର ମାଲିକ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ I 

ଅନୁରୂପ ଭାବରେ ଗତ ଛଅ ତାରିଖ ବିଳମ୍ବିତ ରାତିରେ ଏହି ଫିରିଙ୍ଗିଆ ଥାନା କାସୀ ନି ପଦରେ ପଞ୍ଚାୟତ ଅଧୀନରେ ଥିବା ମାଝୀପଡା ଗାଁ ନିକଟରେ ଥିବା ସିରକାପଟା ଗାଁ ର ଲବ କହଁର ନାମକ ଜଣେ ବ୍ୟକ୍ତି ଙ୍କ ଘରେ ପଶି ଘର ଲୋକଙ୍କୁ ବିଭିନ୍ନ ମରଣାସ୍ତ୍ର ଦେଖାଇ ଘରେ ଥିବା ସୁନାଗହଣା ଟଙ୍କା ଓ କିଛି ବାସନ ସାମଗ୍ରୀ ଲୁଟ କରି ଫେରାର ହୋଇଯାଇଥିଲେ I ଘଟଣା ପରେ ଲୁଟର ଶିକାର ହୋଇଥିବା ଲବ କହଁର ଥାନାରେ ଲିଖିତ ଅଭିଯୋଗ କରିଥିଲେ I ଉଭୟ ଙ୍କ ଅଭିଯୋଗ ଆଧାରରେ ଫିରିଙ୍ଗିଆ ପୋଲିସ ୨ଟି ପୃଥକ ଭାବରେ ଦୁଇଟି ଡ କାୟତି ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା I ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା I ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏସାଆଇ ଅଜୟ କୁମାର ସାହୁ ଏହି ଟିମ ର ନେତୃତ୍ୱ ନେଇଥିବା ବେଳେ ଥାନାରେ କାର୍ଯ୍ୟରତ ଏସଆଇ ଦୀପକ ରାଉତ, ଏଏସଆଇ ଶ୍ରୀକାନ୍ତ ପାତ୍ର ଓ ଅନ୍ୟ କିଛି କର୍ମଚାରୀ ଏହି ଟିମ ରେ ସାମିଲ ଥିଲେ I ତେବେ ଚୋରି ହୋଇଥିବା ଏକ ମୋବାଇଲ ଟ୍ରାକିଙ୍ଗ ଓ ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମାନେ ଆଉ ଏକ ଡକାୟତି ର ପ୍ଲାନ ପ୍ରସ୍ତୁତ କରୁଥିବା ସମୟରେ ଦାରିଙ୍ଗବାଡି ଥାନା ଅଂଚଳରୁ ଛଅ ଜଣ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଥିଲେ।  ଏହି ଡ କାୟତି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ ଙ୍କୁ ଫିରିଙ୍ଗିଆ ଥାନାରେ    ଥିବା ତାର ନିଜ ଘରୁ ଗିରଫ କରିବାରେ ସଫଳ ହୋଇଥିଲେ I ତେବେ ମଙ୍ଗଳବାର ସମସ୍ତ ଅଭିଯୁକ୍ତ ମାନଙ୍କୁ ଜବତ ଚୋରି ସାମଗ୍ରୀ ସହ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଡକାୟତି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.