ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କର୍ଣ୍ଣାଟକ ଗର୍ଭନଷ୍ଟ ରାକେଟ୍‌ର ପର୍ଦ୍ଦାଫାସ, ୨ ଡାକ୍ତରଙ୍କ ସମେତ ୯ ଗିରଫ

ବେଙ୍ଗାଲୁରୁ, ୨୯।୧୧: କର୍ଣ୍ଣାଟକ ପୁଲିସ ରାଜ୍ୟରେ ଚାଲିଥିବା ଏକ ବଡ ଧରଣର ଗର୍ଭନଷ୍ଟ ରାକେଟ୍‌ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି । ଏହି ଘଟଣାରେ ୨ ଜଣ ଡାକ୍ତର, ୩ ଜଣ ଲ୍ୟାବ ଟେକ୍ନିସିଆନଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଯାଞ୍ଚରୁ ଜଣାପଡ଼ିଛି କି ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଗର୍ଭନଷ୍ଟ କରିଛନ୍ତି । ବେଙ୍ଗାଲୁରୁ ପୁଲିସ କମିଶନର ବି. ଦୟାନନ୍ଦ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଗର୍ଭନଷ୍ଟ କରିଥିବା ସ୍ୱୀକାର କରିଛନ୍ତି । ସେଥିରୁ କେବଳ ୩ ମାସରେ ୨୪୨ଟି କନ୍ୟାଭ୍ରୁଣ ହତ୍ୟା କରାଯାଇଛି । କେବଳ ଟଙ୍କା ରୋଜଗାର କରିବା ଲାଳସାରେ ସେମାନେ ବର୍ଷକୁ ଅତିକମ୍‌ରେ ୧ ହଜାର ଗର୍ଭନଷ୍ଟ କରିବାକୁ ଟାର୍ଗେଟ ରଖିଥିଲେ ଏବଂ ସେହି ଅନୁସାରେ କାର୍ଯ୍ୟ କରୁଥିଲେ । ପ୍ରତି ଗର୍ଭନଷ୍ଟ ପାଇଁ ୨୦ ହଜାରରୁ ୨୫ ହଜାର ଟଙ୍କା ନେଉଥିଲେ । 

ଗତ ଅକ୍ଟୋବର ୧୫ରେ ବୟାପନହାଲି ପୁଲିସ ନଜରକୁ ଏହି ଘଟଣା ଆସିଥିଲା । ସେମାନେ ଯାଞ୍ଚ କରୁଥିବା ବେଳେ ଏକ ସନ୍ଦିଗ୍ଧ ଗାଡି ଉପରେ ନଜର ପଡ଼ିଥିଲା । ସେମାନେ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ନ ଅଟକି ସେଠାରୁ ଦ୍ରୁତଗତିରେ ପଳାଇଥିଲା । ପୁଲିସ ତାକୁ ପିଛାକରି ଧରିଥିଲା । ସେଥିରେ ଥିବା ଲୋକଙ୍କୁ ଜେରା କରିବା ପରେ ଏହି ବେଆଇନ ଗର୍ଭନଷ୍ଟ ଘଟଣା ସାମ୍‌ନାକୁ ଆସିଥିଲା । ସେମାନଙ୍କ ସୂଚନା ଆଧାରରେ ପୁଲିସ ଏପର୍ଯ୍ୟନ୍ତ ୨ ଜଣ ଡାକ୍ତର, ୩ ଜଣ ଲ୍ୟାବ ଟେକ୍ନିସିଆନଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଭିତରେ ୨ ଜଣ ଅପହରଣ ଘଟଣାରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡିଛି । ମାଣ୍ଡ୍ୟା ଜିଲ୍ଲାରେ ଥିବା ଏକ ଗୁଡ ପ୍ରସ୍ତୁତି କାରଖାନା ଥିଲା ଏହି ଗର୍ଭନଷ୍ଟ ରାକେଟର କେନ୍ଦ୍ର । ସେଠାରେ ବେଆଇନ ଭାବେ ଅଲଟ୍ରାସାଉଣ୍ଡ ସ୍କାନ ୟୁନିଟ୍‌ ଓ ଲ୍ୟାବ୍ ପ୍ରତିଷ୍ଠା କରାଯାଇଥିଲା । ସେଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରାଯିବା ପରେ ଗର୍ଭନଷ୍ଟ କରାଯାଉଥିଲା । ଉକ୍ତ ଗୁଡ ପ୍ରସ୍ତୁତି କାରଖାନାକୁ ସିଲ୍‌ କରାଯିବା ସହ ସେଠାରେ ଥିବା ଅଲଟ୍ରାସାଉଣ୍ଡ ସ୍କାନ ମେସିନ ଓ ଲ୍ୟାବକୁ ଜବତ କରାଯାଇଛି । ରାଜ୍ୟ ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ପୁଲିସ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ସବୁ ତଥ୍ୟ ସାମ୍‌ନାକୁ ଆସିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.