ବଘିଆପଡ଼ା:୬/୧୧:- ବୌଦ୍ଧ ଥାନା ଅନ୍ତର୍ଗତ ବଘିଆପଡା-ଜହ୍ନାପଙ୍କ ରୋଡ଼ ତାଳଗରି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ୯ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲେଇସିଂଙ୍ଗ ଗ୍ରାମର ଗୋଟିଏ ପରିବାର ୮ଜଣ ସଦସ୍ୟ ଅଟୋ ଯୋଗେ ଜହ୍ନାପଙ୍କ ଶିବ ମନ୍ଦିର ଦର୍ଶନ ପାଇଁ ବାହାରିଥିଲେ । ଦର୍ଶନ ପାଇଁ ବଘିଆପଡା-ଜହ୍ନାପଙ୍କ ରାସ୍ତାରେ ଯାଉଥିବା ବେଳେ ଆଧା ବାଟ ରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଳଗରି ଗ୍ରାମ ନିକଟରେ ଅଟୋ କୁ ଧକ୍କା ଦେଇଥିଲା । ଫଳରେ ଅଟୋ ରେ ବସିଥିଲା ୮ଜଣ ଯାତ୍ରୀ ଓ ବାଇକ ଅରୋହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ୯ଜଣ ଯାତ୍ରୀ ଙ୍କୁ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତର ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ବାଇକ ଅରୋହୀଙ୍କ ଅବସ୍ଥା ସଂଙ୍କଟାପୂର୍ଣ ରହିଛି । ଅନ୍ୟପଟେ ବାଇକ ଚାଳକ ଜଣକ ହେଲେ ଟିକରପଡା ପଞ୍ଚାୟତ ବୁରଗରା ଗ୍ରାମର ବବୁଲ ଖଟୁଆ । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।