ପ୍ରମୂଖ ଖବର
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ରାଜ୍ୟରେ ଖୁବ୍‌ଶୀଘ୍ର ପୂରଣ ହେବ ୯୩ ହଜାର ପଦବି, ସରଳ ହେବ ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ୱର,୦୭/୦୭: ରାଜ୍ୟର ବିଭିନ୍ନ ବିଭାଗରେ ୧ ଲକ୍ଷ ୩୪ ହଜାର  ୬୭ ପଦବି ଖାଲିପଡ଼ିଛି । ସେଥିରୁ ୯୩ ହଜାର ୫୨୪ ପଦବି ପୂରଣ କରାଯିବ । ୮୦ ହଜାର ୧୭୩ ପଦବି ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ବିଭିନ୍ନ ନିଯୁକ୍ତି  ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି । କିଛି ନିଯୁକ୍ତି ପ୍ରକ୍ରିୟା ଜଟିଳ ଥିବାରୁ ନିଯୁକ୍ତିରେ ବିଳମ୍ବ  ହେଉଛି । ତେଣୁ ନିଯୁକ୍ତି ପ୍ରକ୍ରିୟାକୁ କିଭଳି ସରଳ କରାଯାଇପାରିବ, ସେନେଇ ୭ ଦିନରେ ଜଣାଇବାକୁ ବିଭିନ୍ନ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ପରାମର୍ଶ ମାଗିଛି । ଗତ ୩ ତାରିଖ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା  ବୈଠକରେ ରାଜ୍ୟରେ ଖାଲିଥିବା ପଦବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । 

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୫୭ହଜାର ୪୩୩ ପଦବି  ଖାଲିପଡ଼ିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗରେ ୨୮ ହଜାର ୭୯୪, ଗୃହ ବିଭାଗରେ  ୯୬୪୯, ରାଜସ୍ୱ ବିଭାଗରେ ୬୨୮୯ ଓ ଉଚ୍ଚଶିକ୍ଷା ବିଭାଗରେ ୪୪୫୯ ପଦବି  ଖାଲିପଡ଼ିଛି । ପଶୁପାଳନ ନିରୀକ୍ଷକ ପଦବିରେ ନିଯୁକ୍ତି ବେଳେ ସାଇକେଲ  ଚାଳନା ପରୀକ୍ଷା ରହିଛି । ଯାହା ଏବେର ସମୟରେ କୌଣସି ଆବଶ୍ୟକ  ନାହିଁ । ସେହିପରି ବିଭିନ୍ନ ବିଭାଗରେ ନିଯୁକ୍ତି ନୀତିରେ ଥିବା ଅନାବଶ୍ୟକ  ଜଟିଳ ପ୍ରକ୍ରିୟାକୁ ବାଦ୍‌ ଦେଇ ସଂଶୋଧନ ନୀତି ଆଣିବାକୁ ପରାମର୍ଶ ଦେବାକୁ କୁହାଯାଇଛି। ଏହାସହ ବିଭିନ୍ନ ନିଯୁକ୍ତି ପରୀକ୍ଷାର ସିଲାବସ୍‌ରେ ମଧ୍ୟ କି  ପରିବର୍ତ୍ତନ କରାଯାଇପାରିବ, ତାହା ମଧ୍ୟ ପ୍ରସ୍ତାବ ଦେବାକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.