ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

୨ ହଜାର ଟଙ୍କିଆ ୯୭.୫ % ନୋଟ୍ ବ୍ୟାଙ୍କକୁ ଫେରିଛି, ଏବେ ବି ବାହାରେ ଅଛି ଏତେ ଟଙ୍କା... ଜାଣନ୍ତୁ କ’ଣ କହିଲେ ଆରବିଆଇ ?

ନୂଆଦିଲ୍ଲୀ,୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗୁରୁବାର କହିଛନ୍ତି, ୨୦୦୦ ଟଙ୍କିଆ  ପ୍ରାୟ ୯୭.୫ ପ୍ରତିଶତ ନୋଟ୍ ବ୍ୟାଙ୍କକୁ ଫେରି ଆସିଛି। କେବଳ ୮.୮୯୭ କୋଟି ଟଙ୍କାର ନୋଟ୍‌ ଏବେ ବି ବାହାରେ ଅଛି। ଆରବିଆଇ ୧୯ ମଇ ୨୦୨୩ ରେ ୨୦୦୦ ଟଙ୍କିଆ ନୋଟ୍ ଫେରାଇବାର ଘୋଷଣା କରିଥିଲା।

କେନ୍ଦ୍ରୀୟ ବ୍ୟାଙ୍କ କହିଥିଲେ, ୧୯ ମଇ ୨୦୨୩ ରେ ଯେତେବେଳ ୨୦୦୦ ଟଙ୍କିଆ ବ୍ୟାଙ୍କ ନୋଟ୍‌କୁ ପ୍ରତ୍ୟାହାର କରିବାର ଘୋଷଣା କରିଥିଲେ, ସେହି ଦିନ ବ୍ୟବସାୟୀଙ୍କ ସମ୍ପତ୍ତି ଉପରେ ଏଭଳି ମୋଟ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟ ନୋଟ୍‌ ଚଳୁଥିଲା। ତେବେ ୩୧ ଜାନୁଆରୀ ୨୦୨୪ ରେ କାରବାର ଶେଷ ହେବାପରେ ଏହି ଟଙ୍କା ହ୍ରାସ ପାଇ ୮,୮୯୭ କୋଟି ଟଙ୍କା ରହିଯାଇଛି। 

ଏଭଳି ଭାବରେ୧୯ ମଇ ୨୦୨୩ ପର୍ଯ୍ୟନ୍ତ ଚାଲୁଥିବା ୨୦୦୦ ଟଙ୍କିଆ ମୋଟ ବ୍ୟାଙ୍କ ନୋଟ୍‌ର ୯୭.୫ ପ୍ରତିଶତ ଅଂଶ ପୁଣି ଫେରି ଆସିଛି। ଆରବିଆଇ କହିଛି, ୨୦୦୦ ଟଙ୍କି ବ୍ୟାଙ୍କ ନୋଟ୍‌ ବୈଧ ମୁଦ୍ରା ରହିବ। ଲୋକ ସାରା ଦେଶର ୧୯ଟି ଆରବିଆଇ କାର୍ଯ୍ୟାଳୟରେ ୨୦୦୦ ଟଙ୍କିଆ  ନୋଟ୍‌ ଜମା କରିପାରିବେ କିମ୍ବା ବଦଳାଇ ପାରିବେ। ଲୋକ ଭାରତରେ ନିଜର ବ୍ୟାଙ୍କ ଖାତାରେ ଜମା କରିବା ପାଇଁ କୌଣସି ଡାକଘରଠାରୁ ନେଇ ଆରବିଆଇ କୌଣସି କାର୍ଯ୍ୟାଳୟକୁ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ୨୦୦୦ ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ  ପଠାଇ ପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.