ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ନୂଆ କ୍ୟାବିନେଟରେ ୨୮ ମନ୍ତ୍ରୀ ଦାଗୀ, ୯୯ ପ୍ରତିଶତ ମନ୍ତ୍ରୀ କୋଟିପତି

ନୂଆଦିଲ୍ଲୀ, ୧୨/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ ସ୍ଥାନ ପାଇଥିବା ୭୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୩୯ ପ୍ରତିଶତ ଅର୍ଥାତ ୨୮ ଜଣ ଦାଗୀ । ଅର୍ଥାତ ସେମାନଙ୍କ ନାମରେ ଅପରାଧିକ ମାମଲା ରହିଛି। ଏପରିକି ୧୯ ଜଣଙ୍କ ନାମରେ ହତ୍ୟା ଉଦ୍ୟମ, ମହିଳା ବିରୋଧୀ ହିଂସା ଓ ଘୃଣା ଭାଷଣ ଭଳି ସଙ୍ଗୀନ ମାମଲା ରହିଛି । ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡିଥିବା ଏଡିଆର (ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ) କହିଛି । ସଙ୍ଗୀନ ମାମଲା ରହିଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ଶିକ୍ଷା ଓ ଉତ୍ତରପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର । ସେମାନଙ୍କ ନାମରେ ହତ୍ୟା ଉଦ୍ୟମ ଅଭିଯୋଗରେ ଆଇପିସିର ଦଫା ୩୦୭ରେ ମାମଲା ରହିଥିବା ଉଭୟ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି । 

ସେହିଭଳି ୫ ଜଣ ମନ୍ତ୍ରୀଙ୍କ ନାମରେ ମହିଳା ବିରୋଧୀ ହିଂସା ମାମଲା ରହିଛି । ସେମାନଙ୍କ ମଧ୍ୟରେ ଶାନ୍ତନୁ ଠାକୁର ଓ ସୁକାନ୍ତ ମଜୁମଦାରଙ୍କ ବ୍ୟତୀତ ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ ରହିଛନ୍ତି । ୮ ଜଣ ମନ୍ତ୍ରୀଙ୍କ ନାମରେ ଘୃଣା ଭାଷଣ ମାମଲା ରହିଛି । ଅନ୍ୟପକ୍ଷରେ ୭୧ ମନ୍ତ୍ରୀଙ୍କ ମଧ୍ୟରୁ ୯୯ ପ୍ରତିଶତ ଅର୍ଥାତ ୭୦ଜଣ ହେଉଛନ୍ତି କୋଟିପତି । ସେମାନଙ୍କ ହାରାହାରି ସମ୍ପତ୍ତି ୧୦୭ କୋଟି ୯୪ ଲକ୍ଷ ବୋଲି ଆକଳନ କରାଯାଇଛି । ୬ ଜଣ ମନ୍ତ୍ରୀଙ୍କ ସମ୍ପତ୍ତି ୧୦୦ କୋଟିରୁ ଅଧିକ । ଗ୍ରାମୀଣ ବିକାଶ ଓ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ରଶେଖର ପେମାସାନି ହେଉଛନ୍ତି ସବୁଠାରୁ ଧନୀ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ହେଉଛି ୫୭୦୫ କୋଟି ୪୭ ଲକ୍ଷ । ତାଙ୍କ ସମ୍ପତ୍ତି ମଧ୍ୟରେ ୫୫୯୮ କୋଟି ୬୫ ଲକ୍ଷ ଚଳ ଓ ୧୦୬ କୋଟି ୮୨ ଲକ୍ଷ ଟଙ୍କାର ଅଚଳ ସମ୍ପତ୍ତି ରହିଛି । ସୂଚନାଯୋଗ୍ୟ ଯେ ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ୭୨ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ଗତ ୧୦ତାରିଖ ଦିନ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି । ଗତ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିଥିଲା । କିନ୍ତୁ ୨୦୨୪ ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରିନାହିଁ । ଫଳରେ ସହଯୋଗୀ ଦଳଙ୍କ ଉପରେ ନିର୍ଭର କରିବାକୁ ପଡିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.