ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ସମୁଦ୍ରରୁ ବାହାରିବ ୩୧୫ ବର୍ଷର ଜାହାଜ, କଲମ୍ବିଆ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ ୦୮/୧୧: କଲମ୍ବିଆ ସରକାର ୩୧୫ ବର୍ଷ ପୂର୍ବେ କ୍ୟାରିବିୟାନ୍ ସମୁଦ୍ରରେ ବୁଡ଼ିଯାଇଥିବା ଏକ ଜାହାଜକୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ ଜାହାଜରେ ସୁନା ଓ ରୁପା ସମେତ ବିଭିନ୍ନ ମୂଲ୍ୟବାନ ଧାତୁ ଭରିରହିଛି । ଏହାର ଓଜନ ୨୦୦ ଟନ୍ ହେବ । ବଜାର ମୂଲ୍ୟ ଅନୁସାରେ ଏହା ୨ ହଜାର କୋଟି ଡଲାର ବା ୧.୬୬ ଲକ୍ଷ କୋଟି ଟଙ୍କାର ହେବ । ୧୭୦୮ରେ ଏହା କିଙ୍ଗ୍ ଫିଲିପ୍ ୫ଙ୍କ କ୍ଷେତ୍ରାଧିକାରରେ ଥିଲା । ଯୁଦ୍ଧ ବେଳେ ସ୍ପେନ୍କୁ ଜିତିବା ପାଇଁ ବ୍ରିଟିଶ ନୌସେନାର ଆକ୍ରମଣରେ ‘ସ୍ୟାନ୍ ଜୋସେ’ ଜାହାଜ ବୁଡ଼ିଯାଇଥିଲା । ସ୍ପେନରେ ଏହି ଜାହାଜରେ ସେତେବେଳେ ୬୦୦ ଲୋକ ଥିଲେ । ଏହା ବୁଡ଼ିଯିବା ପରେ ମାତ୍ର ୧୧ ଲୋକଙ୍କୁ ଛାଡ଼ି ଅନ୍ୟ ସମସ୍ତେ ପ୍ରାଣ ହରାଇଥିଲେ । 

୨୦୧୫ରେ କଲମ୍ବିଆର ନୌସେନା ବୁଡ଼ାଳିଙ୍କୁ ଜାହାଜର ଭଗ୍ନାବଶେଷ ୩୧ ହଜାର ଫୁଟ ତଳେ ମିଳିଥିଲା । ତତ୍କାଳୀନ କଲମ୍ବିଆ ରାଷ୍ଟ୍ରପତି ଜୁଆନ୍ ମାନୁଏଲ୍ ସ୍ୟାଣ୍ଟୋସ୍ ମାନବ ଇତିହାସରେ ଏହାକୁ ସବୁଠୁ ବଡ଼ ଖଜାନା ଦର୍ଶାଇଥିଲେ । ତେବେ ବର୍ତ୍ତମାନ ଏହି ଜାହାଜ ଉପରେ ୪ଟି ଦେଶ ମାଲିକାନା ଜାହିର କରିଛନ୍ତି । ସ୍ପେନ୍, କଲମ୍ବିଆ ଏବଂ ବଲିଭିଆର କହାରା କହାରା ସମୁଦାୟ ଲୋକମାନେ ଏହା ଉପରେ ହକ୍ ଜାହିର କରୁଛନ୍ତି । ବଲିଭିଆ ସମୁଦାୟର ଲୋକମାନେ କହିଛନ୍ତି ଯେ ଏହି ମୂଲ୍ୟବାନ ଧାତୁକୁ ଖୋଳିବା ପାଇଁ ସେମାନଙ୍କୁ ବାଧ୍ୟ କରାଯାଇଥିଲା । ଫଳରେ ସେମାନେ କଠିନ ପରିଶ୍ରମ କରି ଏହାକୁ ହାସଲ କରିଥିଲେ । ତେଣୁ ଜାହାଜ ମଧ୍ୟରେ ଥିବା ସବୁ ମୂଲ୍ୟବାନ ଧାତୁ ସେମାନଙ୍କୁ ଦିଆଯିବା ଉଚିତ । ଏହାବ୍ୟତୀତ ଗ୍ଲୋକା ମୋରା ନାମରେ ପରିଚିତ ଏକ ଆମେରିକୀୟ ଉଦ୍ଧାରକାରୀ ସଙ୍ଘ ମଧ୍ୟ ୧୯୮୧ରେ ଜାହାଜଟିକୁ ଠାବ କରିଥିବା ଦାବି କରିଛି । 

ସଙ୍ଘ ଦର୍ଶାଇଛି ଯେ ଏହା ସର୍ତ୍ତ ରଖି କଲମ୍ବିଆ ସରକାରଙ୍କୁ ଜାହାଜଟିର ଠିକଣା ଜଣାଇଥିଲା । ଅତିକମ୍ରେ ଜାହାଜରେ ଥିବା ଅଧା ସମ୍ପତ୍ତି ପାଇବା ଲାଗି ସର୍ତ୍ତ ରହିଥିଲା । କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ୨୦୨୬ରେ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଜାହାଜର ଭଗ୍ନାବଶେଷକୁ ବାହାର କରିବାକୁ ଚାହୁଁଛନ୍ତି । ସେଥିପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ପେଟ୍ରୋ ସରକାର କହିଛନ୍ତି ଯେ ଜାହାଜର ଭଗ୍ନାବଶେଷ ପାଇଁ ଏକ ଲାବୋରେଟୋରି ସ୍ଥାପନ କରାଯିବ । ଜାହାଜକୁ ପ୍ରଥମେ ଭଲ ଭାବେ ସଫା କରାଯିବା ପରେ ଅଧ୍ୟୟନ କରାଯିବ । ଏହାପରେ ଏହାକୁ ଜାତୀୟ ସଂଗ୍ରହାଳୟରେ ରଖାଯିବ । ଗତବର୍ଷ ନୌସେନା ବୁଡ଼ାଳିମାନେ ଜାହାଜର ଅନେକ ଫଟୋ ଉଠାଇଥିଲେ ।


Copyright © 2022 - Summa Real Media Private Limited. All Rights Reserved.