ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୀମାନ୍ତରେ ଗୁଳି ବିନିମୟରେ ଜଣେ ଯବାନ ସହିଦ, ୧ମାଓବାଦୀ ନିହତ

ମାଲକାନଗିରି,୩/୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ରବିବାର ହୋଇଥିବା ଏନକାଉଣ୍ଟରରେ ଜଣେ ପୁଲିସ କନେଷ୍ଟବଳ ସହିଦ ହେବା ସହ ଜଣେ ମାଓବାଦୀ ନିହତ ହୋଇଛନ୍ତି I ବସ୍ତର ରେଞ୍ଜର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ, ଛୋଟବେଥୁଆ ଥାନା ଅଧୀନ ହିଦୁର ଗ୍ରାମ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍ ମାଓ ବିରୋଧୀ ଅଭିଯାନରେ ବାହାରିଥିବାବେଳେ ଗୁଳି ବିନିମୟ ହୋଇଥିଲା । ହିଦୁର ଜଙ୍ଗଲ ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଧାରରେ ଏହି ଅପରେସନ ଆରମ୍ଭ କରାଯାଇଥିଲା । 

ଏହି ଅପରେସନରେ ସୀମା ସୁରକ୍ଷା ବଳ (ବିଏସଏଫ) ଓ ଜିଲ୍ଲା ଫୋର୍ସ ସମେତ ରାଜ୍ୟ ପୁଲିସର ଉଭୟ ୟୁନିଟ୍ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଓ ବସ୍ତର ଯୋଦ୍ଧାର ଯବାନମାନେ ସାମିଲ ହୋଇଥିଲେ I ପାଟ୍ରୋଲିଂ ଟିମ୍ ଜଙ୍ଗଲକୁ ଘେରାଉ କରୁଥିବାବେଳେ ମାଓବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଗୁଳିବିନିମୟରେ ବସ୍ତର ଯୋଦ୍ଧାର କନଷ୍ଟେବଳ ରମେଶ କୁରେଥ୍ ସହିଦ ହୋଇଛନ୍ତି I 

ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ଓ ଏକେ-୪୭ ରାଇଫଲ ଜବତ କରାଯାଇଛି ବୋଲି ଆଇଜି କହିଛନ୍ତି। ବର୍ତ୍ତମାନ ସୁଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି I ନକ୍ସଲଙ୍କ ଗୁଳିରେ ସହିଦ୍ ହୋଇଥିବା ରମେଶ କୁରେଥ୍ କାଙ୍କେର ଜିଲ୍ଲାର ପଖାନଞ୍ଜୁର ଅଞ୍ଚଳର ସଙ୍ଗମ ଗାଁର ବାସିନ୍ଦା ବୋଲି ଅଧିକାରୀ ଜଣକ କହିଛନ୍ତି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.