ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଘରୋଇ କଳହକୁ କେନ୍ଦ୍ର କରି କଟୁରୀରେ ଭାଇକୁ ହାଣିଲା ଭାଇ, ଜଣେ ଅଟକ

ଜଳେଶ୍ଵର, ୧୮/୦୯ : ଘରୋଇ କଳହକୁ କେନ୍ଦ୍ର କରି କଟୁରୀରେ ଭାଇକୁ ହାଣିଲା ଭାଇ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସୁଶାନ୍ତ ଗିରି ରବିବାର ସନ୍ଧ୍ଯାରେ କୌଣସି କଥାକୁ ନେଇ ତାଙ୍କ ମାଙ୍କ ସହ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସୁଶାନ୍ତ ତାଙ୍କ ମାଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୁଣ୍ତକୁ ଏକ କଟୁରୀରେ ହାଣି ଦେଇଥିଲେ। ମାଙ୍କୁ ଉଦ୍ଧାର କରିବାକୁ ଯାଇ ସୁଶାନ୍ତଙ୍କ ଭାଉଜ କବିତା ଗିରି ମଧ୍ଯ ଆକ୍ରମଣରେ ଗୁରୁତର  ଆହତ ହୋଇଛନ୍ତି। ମା ସାବିତ୍ରୀ ଗିରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରୁଥିବା ବେଳେ ବଡ ଭାଇ ଗୋପାଳ ଗିରି ପହଞ୍ଚିଥିଲେ। ସେ ସୁଶାନ୍ତଙ୍କୁ କଣ ପାଇଁ ଆକ୍ରମଣ କଲୁ ପଚାରିବାରୁ ସେ ଗୋପାଳଙ୍କୁ ମଧ୍ଯ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।

ଗୋପାଳ ଉତକ୍ଷିପ୍ତ ହୋଇ ଏକ ଧାରୁଆ କଟୁରୀରେ ସୁଶାନ୍ତଙ୍କ ମୁଣ୍ତକୁ ହାଣି ଦେଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଲଙ୍ଗଳେଶ୍ବର ସ୍ବାସ୍ଥ୍ଯକେନ୍ଦ୍ର ଏବଂ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ  ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋପାଳ ଗିରିଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.