ରାୟଗଡ଼ା, ୧୬/୧୧ : ଢାବା ରୋଷେୟାଙ୍କୁ ନିର୍ମମ ହତ୍ୟା। ରାୟଗଡ଼ା ସହର ଉପକଣ୍ଠ ସାଇପ୍ରିୟା ନଗର ଦଶମ ଲେନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଗୁଣପୁର ବ୍ଲକ ଭୀମପୁର ଗ୍ରାମର ବିନୟ କୁମାର ପାଳ (୩୩ ବର୍ଷ)।
ସୂଚନାନୁଯାୟୀ, ସବୁଦିନ ଭଳି ବୁଧବାର ରାତିରେ ବିନୟ ଢାବାରେ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ସେହି ସମୟରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏକ ଲୁହା ଛଡରେ ଆକ୍ରମଣ କରି ତାଙ୍କର ହତ୍ୟା କରାଯାଇଥିଲା। ଆଜି ସକାଳୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ। ତେବେ କିଏ ଏବଂ କାହିଁକି ଏହି ହତ୍ୟାକାଣ୍ଡ ଭିଆଇଲା ତାହା ସ୍ପଷ୍ଟ ହୋଇନାହିଁ।