କାଶୀପୁର,୭/୧୧ : ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ଟ୍ରାକ୍ଟରରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ମଙ୍ଗଳବାର କାଶୀପୁର ତହସିଲଦାର ସୁନୀଲ ପ୍ରଧାନ ଏବଂ ଅତିରିକ୍ତ ତହସିଲଦାର ବରିଆଲମୁର୍ମୁ ଟିକିରି ଅଞ୍ଚଳ ଗସ୍ତବେଳେ ତୋଟା ଗୁଡ଼ା ନିକଟରେ ପରମିଟ ବିନା ବାଲି ପରିବହନ କରୁଥିବା ଓଡ଼ି୧୦ଏଚ-୭୨୧୯ /ଟ୍ରଲି ନଂ ୭୨୨୦ଟ୍ରାକ୍ଟର ଧରା ପଡ଼ିଥିଲା । ତହସିଲଦାରଙ୍କ ନିର୍ଦ୍ଦେଶ ଅନୁସାରେ ଟିକିରି ରାଜସ୍ବ ନିରୀକ୍ଷକ, ବନ ମାଳି ସାହୁ, ସହକାରୀ ନିରୀକ୍ଷକ ଉମେଶ ବିଡ଼ିକା ପ୍ରମୁଖ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିଲେ । ପରେ ଟ୍ରାକ୍ଟର ମାଲିକ ଯୋଗେଶ୍ୱର ପାତ୍ର ନିର୍ଦ୍ଧାରିତ ପରିମାଣର ୧୦ହଜାର ଟଙ୍କା ଜରିମାନା ଦେବା ପରେ ଗାଡ଼ିକୁ ଛାଡ଼ି ଦିଆଯାଇଥିଲା। ସେହିପରି ଅନ୍ୟ ଏକ ଘଟଣାରେ ରେଳବାଇ କାମରେ ବ୍ୟବହୃତ ମୋରମ ବୋଝେଇ ଟିପ୍ପର ଗାଡ଼ିକୁ ମଧ୍ୟ ବିଭାଗ ପକ୍ଷରୁ ଅଟକ ରଖାଯାଇଥିବା ଜଣାପଡ଼ିଛି । ଜରିମାନା ଆଦାୟ ପରେ ଗାଡ଼ିକୁ ଛାଡ଼ି ଦିଆଯିବ ବୋଲି ଜଣାପଡ଼ିଛି ।

ଧନୀ ହେଉଛନ୍ତି ଆଞ୍ଚଳିକ ଦଳ: ୧୦ ଦଳର ସମ୍ପତ୍ତି ବଢ଼ିଛି...