ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ସ୍କୁଲରେ କିଛି ସୁବିଧା ନାହିଁ, କହି କହି କେହି ଶୁଣିଲେନି, ଶେଷରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ

ପାଟନା, ୧୨/୦୯: ବିଦ୍ୟାଳୟରେ କୌଣସି ସୁବିଧା ନାହିଁ । ଶିକ୍ଷକଙ୍କ ପାଖରୁ ଅନ୍ୟ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ । ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ଛାତ୍ରୀ ।  ଛାତ୍ରୀମାନେ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଗାଡ଼ିକୁ ଭାଙ୍ଗିରୁଜି ପକାଇଛନ୍ତି । ବିହାରର ବୈଶାଳୀ ଜିଲ୍ଲାରେ ବିଇଓଙ୍କ ଗାଡ଼ିକୁ ଛାତ୍ରୀମାନେ ଭାଙ୍ଗିରୁଜି ଦେଇଥିବା ନେଇ ଭିଡିଓ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ମହିଳା ପୋଲିସ ଅଧିକାରୀ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ବାହା ହେବାକୁ ଜିଦ୍‌ ଧରିବାରୁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ, ବିବାହିତ ସେନା ଅଧିକାରୀଙ୍କୁ ବାନ୍ଧିଲା ପୋଲିସ

ବୈଶାଳୀ ଜିଲ୍ଲାର ମହନାର ଗାଁରେ ରହିଛି ଏକ ମହିଳା ଉଚ୍ଚବିଦ୍ୟାଳୟ ।  ଏହି ସ୍କୁଲରେ ଛାତ୍ରୀ ବସିବା ଲାଗି ଟେବୁଲ , ଚେୟାର ବି ନାହିଁ ବୋଲି ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ଶେଷରେ ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରୀ । ଏହି ସମୟରେ ମହନାର ବିଇଓ ଅହିଲ୍ୟା କୁମାରଙ୍କ ଗାଡ଼ିକୁ ଛାତ୍ରୀମାନେ ଘେରି ଯାଇ ଢ଼େଲା ପଥର ମାଡ଼ କରିଥିଲେ । ଏହି ସମୟରେ ରାସ୍ତା ଜାମ ଦ୍ବାରା ପ୍ରଭାବିତ ହୋଇଥିଲେ ସାଧାରଣ ଲୋକେ । 

ସେପଟେ ଘଟଣାରେ ପ୍ରତିକ୍ରିୟା ଦେଇ ଏସଡିଓ ନୀରଜ କୁମାର କହିଛନ୍ତି, ଗତବର୍ଷ ଅପେକ୍ଷା ଚଳିତବର୍ଷ ସ୍କୁଲରେ ଅଧିକ ଆଡମିଶନ୍‌ ହୋଇଛି । ଯେଉଁ ଛାତ୍ରୀମାନେ ବସିବା ପାଇଁ ଟେବୁଲ, ଚେୟାର ପାଇନାହାନ୍ତି ସେମାନେ ରାସ୍ତାରେ ବିକ୍ଷୋଭ କରିଛନ୍ତି । ପରିସ୍ଥିତି ସଂପର୍କରେ ଅଧିକ ତଥ୍ୟ ପାଇଁ ଟିମ୍‌ ପଠାଯାଇଥିବା ନେଇ ନୀରଜ କୁମାର କହିଛନ୍ତି । 


ଅନ୍ୟପକ୍ଷରେ, ଛାତ୍ରୀମାନେ କୌଣସି ମତେ ବୁଝାମଣା କରିବାକୁ ରାଜି ନଥିବା ପୋଲିସ କହିଛି । ସେମାନଙ୍କ ଦାବି ପୂରଣ ଲାଗି ସହମତି ହୋଇଥିଲେ ହେଁ ସେମାନେ ବସି ଆଲୋଚନା କରିବାକୁ ରାଜି ନାହାନ୍ତି । ତେଣୁ ଏହି ଘଟଣାକୁ ନେଇ ଶିକ୍ଷା ବିଭାଗକୁ ସୂଚନା ଦିଆଯାଇଛି ବୋଲି ଥାନାଧିକାରୀ ପୁଷ୍ପା କୁମାରୀ କହିଛନ୍ତି । ସେପଟେ ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନେ ଶାନ୍ତିପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରୁଥିବା ବେଳେ ପୋଲିସ ତାଙ୍କ ଉପରେ ହାତ ଉଠାଇଥିଲା । ଫଳରେ ସେମାନେ ବିଇଓଙ୍କ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । 

You can also read: କୁକି ଓ ମୈତେଇ ଯୁବକ ଏକାଠି ରଚିଲେ ସଫଳତା , ଫୁଟବଲରେ ଚାମ୍ପିୟନ ହୋଇ ଦେଶକୁ କଲେ ଗୌରବାନ୍ୱିତ

group of girl students

Copyright © 2022 - Summa Real Media Private Limited. All Rights Reserved.