ଫୁଲବାଣୀ, ୨୧/୧୧ : ଚକାପାଦ ଥାନା ଅନ୍ତର୍ଗତ ପସରା ପଞ୍ଚାୟତ ଗୋଚ୍ଛାବାରୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତକ ଜଣକ ହେଲେ ସେହି ଗ୍ରାମର ବିଶ୍ବନାଥ ବେହେରା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ବିଶ୍ବନାଥ ଗତ ୧୯ ତାରିଖ ଦିନ ଘରୁ ଚାଲିଯାଇ ଆଉ ଫେରି ନଥିଲେ। ଘରଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ମଙ୍ଗଳବାର ସକାଳେ ଗାଁଠାରୁ ପ୍ରାୟ ଦୁଇ କି.ମି ଦୂର ଜଙ୍ଗଲରେ ସେ ବେକରେ ଗାମୁଛା ଲଗାଇ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସୂଚନା ପାଇ ଚକାପାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର ସଠିକ କାରଣ ଜଣା ପଡି ନଥିଲେ ମଧ୍ୟ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଅନୁମାନ କରାଯାଉଛି। ଏନେଇ ଚକାପାଦ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଦାୟିତ୍ୱରେ ଥିବା ଥାନା ଅଧିକାରୀ ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି।