ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ପୋଖରୀକୁ ଗୋଧୋଇବା ପାଇଁ ଯାଇ ପାଣିରେ ବୁଡ଼ି ନାବାଳକଙ୍କ ମୃତ୍ୟୁ

କେସିଙ୍ଗା,୩/୧୧: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଚାଞ୍ଚେର ଗ୍ରାମ ନିକଟସ୍ଥ ପୋଖରୀକୁ ଶୁକ୍ରବାର ଗାଧୋଇବା ପାଇଁ ଯାଇ ପାଣିରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ଜଣକ ହେଉଛନ୍ତି ଚାଞ୍ଚେର ଗ୍ରାମର ପବିତ୍ର ସାହୁଙ୍କ ବଡ଼ ପୁଅ ଆଲୋକ (୧୬) ବୋଲି ଖବର ସଂଗ୍ରହରୁ ପ୍ରକାଶ । 

ସୂଚନା ଅନୁଯାୟୀ, ଆଲୋକ ଆଜି ଦିନ ସାଢେ ୧୨ଟା ସମୟରେ ଘରୁ ବାହାରି ଗାଧୋଇବା ପାଇଁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ସେଠାରେ ଗାଧୋଇବାବେଳେ ହଠାତ ପାଣିରେ ବୁଡ଼ି ଯାଇ ଆଉ ବାହାରି ପାରିନଥିଲେ । ଯାହାକି ପୋଖରୀରେ ପ୍ରାୟ ୧୫ଫୁଟ୍ ପାଣି ରହିଥିବା ନେଇ ଜଣାପଡ଼ିଛି । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ପକ୍ଷରୁ ନାବାଳକଙ୍କୁ ଖୋଜାଖୋଜି କରିଥିଲେ ଓ ପୋଖରୀ ପାଖରେ ସେ ପିନ୍ଧିଥିବା ପ୍ୟାଣ୍ଟ୍ ସାଟ ସହିତ ସାଇକେଲ ପଡ଼ିଥିବା ନେଇ ଜଣା ପଡ଼ିବା ପରେ ପୋଖରୀରେ ଖୋଜାଖୋଜି କରିଥିଲେ । ପରେ ପାଣି ଭିତରୁ ଅଚେତ୍ ଅବସ୍ଥାରେ ନାବାଳକଙ୍କୁ ଉଦ୍ଧାର କରିଥିଲେ । ପରିବାର ପକ୍ଷରୁ ସଙ୍ଗେସଙ୍ଗେ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଏବଂ ଡାକ୍ତର ଦେଖିଲା ପରେ ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏ ବିଷୟରେ ଖବରପାଇ ଡାକ୍ତରଖାନାରେ ପହଞ୍ଚି ଶବଟିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.