ନୀଳଗିରି, ୬/୦୨: ମିତ୍ରପୁର ଅଞ୍ଚଳରୁ ଯୁବକ ନିଖୋଜ ଥିବା ଜଣାପଡ଼ିଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ଥିବା ବ୍ଲୁଲେକ୍ ନିକଟରେ ଜଙ୍ଗଲ ଭିତରେ ଏକ ବାଇକ ସାଙ୍ଗକୁ ରକ୍ତ ଛିଟା ପଡ଼ିଥିବା ଦେଖାଯାଇଛି । ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିବା ପରେ ନୀଳଗିରି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏଥିସହ ବାଇକ ମାଲିକ କାଂଶ ଅଞ୍ଚଳର ସନ୍ତୋଷ ରାଉତଙ୍କ ପୁଅ ଭବାନୀ ରାଉତ ବୋଲି ସୂଚନା ମିଳିଛି ।
ଘଟଣସ୍ଥଳରେ ନିଖୋଜ ବାଇକ ଚାଳକଙ୍କ ପରିବାର ଲୋକ ପହଞ୍ଚିଥିବା ବେଳେ ଯୁବକଙ୍କ ସହ ଯୋଗାଯୋଗ ହୋଇପାରିନି କି ଏ ପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ । ବାଇକ ପାଖରେ ରକ୍ତ ପଡ଼ିଥିବା ଦେଖି ନିଖୋଜ ଯୁବକଙ୍କ ପରିବାର ଲୋକ ଭାଙ୍ଗିପଡ଼ିଛନ୍ତି । ଯୁବକ ଜଣଙ୍କୁ ଆକ୍ରମଣ କରି ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି ।