ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅନୁଗୁଳରେ ବେକାବୁ ଏଡ୍‌ସ ସଂକ୍ରମଣ, ୭ ମାସରେ ଗଡ଼ିଲାଣି ୩୫ ମୁଣ୍ଡ

ଅନୁଗୁଳ,୩୦/୧୧: ଶିଳ୍ପନଗରୀ ଅନୁଗୁଳ  ଜିଲ୍ଲାରେ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି  ଏଡ୍‌ସ ସଂକ୍ରମଣ । ଏହି ମାରାତ୍ମକ ବ୍ୟାଧିକୁ ରୋକିବାକୁ ସରକାରଙ୍କ ମାଳ ମାଳ ଯୋଜନା । ସଚେତନତା ଦିଗରେ ଗଣ୍ଡା ଗଣ୍ଡା ଏନ୍‌ଜିଓ କାମ  କରୁଛନ୍ତି । ଏହାସତ୍ତେ୍ୱ ଜିଲ୍ଲାରେ ନିୟନ୍ତ୍ରଣକୁ ଆସିପାରୁନି ଭୟାନକ ଭୂତାଣୁ । ବରଂ ଦିନକୁ ଦିନ  ଭୟଙ୍କର ରୂପ ନେବାରେ ଲାଗିଛି । ଗତ ୭ ମାସ  ମଧ୍ୟରେ ସଂକ୍ରମଣର ଭୟବହତା ହିଁ ଏହି ରୋଗର ବେକାବୁ ଚିତ୍ରକୁ ବୟାନ କରୁଛି । 

ଗତ ଏପ୍ରିଲ୍‌ରୁ  ଅକ୍ଟୋବର ମଧ୍ୟରେ ଜିଲ୍ଲାରୁ ୧୩୩ ଜଣ ଏଡ୍‌ସ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ  ୯୭ ଜଣ ପୁରୁଷ ଓ ୩୨ ଜଣ ମହିଳା ରହିଛନ୍ତି । ଉଦ୍‌ବେଗର ବିଷୟ, ଗଲା ୭ ମାସରେ ଏହି  ମାରାତ୍ମକ ଭୂତାଣୁ ୩୫ ଜଣଙ୍କ ଜୀବନ ନେଇଥିବା  ବେଳେ ୪ ଜଣ ନିଷ୍ପାପ ଶିଶୁଙ୍କୁ କବଳିତ କରିଛି । ରାଜ୍ୟରେ ଏଡ୍‌ସର ଭୟବହତା ବଢ଼ିଚାଲିଛି ।  ବ୍ୟାପକ ସଚେତନତା ସତ୍ତେ୍ୱ କାୟା ବିସ୍ତାରି ଚାଲିଛି  ଏଡ୍‌ସ । ଆଉ ଏଥିରୁ ବାଦ୍‌ ପଡ଼ିନି ଶିଳ୍ପନଗରୀ  ଅନୁଗୁଳ ଜିଲ୍ଲା । ମାଳ ମାଳ ଶିଳ୍ପସଂସ୍ଥା ଓ ଖଣି  ଖାଦାନ ପାଇଁ ଏଡ୍‌ସ ଭଳି ଭୟାନକ ରୋଗକୁ  ଏଠାରେ ରୋକ୍‌ ଦେଇ ହେଉନି । ଏଥିରେ  ପ୍ରତିବନ୍ଧକ ସାଜିଛନ୍ତି ଦାଦନ ଶ୍ରମିକ, ଟ୍ରକ୍‌  ଡ୍ରାଇଭର ଓ ହେଲପର୍‌ । 

ଜିଲ୍ଲା ଏଡ୍‌ସ ପ୍ରତିକାର ଓ  ନିୟନ୍ତ୍ରଣ ୟୁନିଟ୍‌(ଡାପ୍‌ସୁ)ପକ୍ଷରୁ ମିଳିଥିବା ସୂଚନା  ମୁତାବକ, ଜିଲ୍ଲାରେ ୨୦୦୩ ମସିହାରୁ ଏଡ୍‌ସ  ନମୁନା ସଂଗ୍ରହ ହେଉଛି । ଏଯାବତ୍‌ ୧୦ ଲକ୍ଷ ୧୭  ହଜାର ୯୧୧ ଜଣଙ୍କ ଏଡ୍‌ସ ପରୀକ୍ଷା କରାଯାଇଛି ।  ସେମାନଙ୍କ ମଧ୍ୟରୁ ୨୫୧୧ ଜଣ ପଜିଟିଭ୍‌ ଚିହ୍ନଟ  ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୧୫୬୪ ଜଣ  ପୁରୁଷ ଓ ୭୭୫ ଜଣ ମହିଳାଙ୍କୁ ଏଡ୍‌ସ ଗ୍ରାସିଛି ।  ଗତ ୨୦ ବର୍ଷ ମଧ୍ୟରେ ଏଡ୍‌ସରେ ଜିଲ୍ଲାର ୬୨୦  ଜଣଙ୍କ ଜୀବନ ଯାଇଛି । ଚିନ୍ତାର ବିଷୟ, ଏଡ୍‌ସ  ଆଁ’ରେ ଗତ ୨୦ ବର୍ଷ ମଧ୍ୟରେ ୧୭୨ ଜଣ କଅଁଳ  ଶିଶୁ କବଳିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ  ୮୫ ଜଣ ଶିଶୁପୁତ୍ର ଥିବା ବେଳେ ୮୫ ଜଣ  ଶିଶୁକନ୍ୟା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ କରୋନା କାଳରେ ଜିଲ୍ଲାରେ ଏଡ୍‌ସ  ସଂକ୍ରମଣ କିଛି ମାତ୍ରାରେ ହ୍ରାସ ପାଇଥିଲେ  ହେଁ ଗତ ଦୁଇ ବର୍ଷ ହେଲା ପୁଣି ଉପରମୁହାଁ  ହୋଇଛି । 

ଗତବର୍ଷ ଜିଲ୍ଲାରେ ସଂକ୍ରମଣ ଶହେ  ପାର୍‌ ହୋଇଥିବା ବେଳେ ଚଳିତ ବର୍ଷ ୭  ମାସରେ ଶହେ ଟପିଲାଣି । ଯାହାକୁ ନେଇ  ଖୋଦ୍‌ ସ୍ୱାସ୍ଥ୍ୟ ବିଭାଗ ଉଦ୍‌ବେଗ ପ୍ରକାଶ  କରିଛି । ଏଡ୍‌ସର ସମୂଳ ବିନାଶ ପାଇଁ କୌଣସି  ଔଷଧ ନାହିଁ । ତେଣୁ ସଚେତନତାକୁ ଅଧିକ  ଗୁରୁତ୍ୱ ଦିଆଯାଉଛି । ଲୋକଙ୍କୁ ବିଭିନ୍ନ ବାଟରେ  ସଚେତନ କରାଯାଇ ଏହି ରୋଗରୁ ଦୂରେଇ  ରହିବାକୁ ଚେଷ୍ଟା କରାଯାଉଛି । ସଚେତନତା  ସୃଷ୍ଟି ପାଇଁ ଜିଲ୍ଲାରେ ୩ଟି ଏନ୍‌ଜିଓ କାମ କରୁଛି ।  ସରକାରୀ ସୁବିଧା ସୁଯୋଗରେ ଏଡ୍‌ସ ରୋଗୀଙ୍କୁ  ଅଗ୍ରାଧିକାର ଦିଆଯାଉଛି । ସ୍କ୍ରିନିଂ ଓ ଟେଷ୍ଟିଂକୁ  ଜୋରଦାର କରାଯାଉଛି । ଗତ ୭ ମାସରେ  ଜିଲ୍ଲାର ୧ ଲକ୍ଷ ୧୭ ହଜାର ୫୫୫ ଜଣଙ୍କ ଟେଣ୍ଟିଂ  କରାଯିବା ସହିତ କାଉନ୍‌ସେଲିଂ କରାଯାଇଛି ।  ସମସ୍ତ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ  ଦିଆଯାଉଥିବା ଜିଲ୍ଲା ଏଡ୍‌ସ ପ୍ରତିକାର ଓ ନିୟନ୍ତ୍ରଣ  ୟୁନିଟ୍‌ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.