ଜାକର୍ତ୍ତା, ୦୭/୦୯: ଇଣ୍ଡୋନେସିଆରେ ଇଷ୍ଟ ଏସିଆ ସମ୍ମିଳନୀର ଆରମ୍ଭ ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଇଣ୍ଡୋନେସିଆର ଜାକର୍ତ୍ତାରେ ଆସିଆନ୍-ଇଣ୍ଡିଆ ସମ୍ମିଳନୀରେ ସାମିଲ୍ ହୋଇଛନ୍ତି । ୫ ମିନିଟର ଉଦବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ‘ଏକବିଂଶ ଶତାଦ୍ଦୀ ଏସିଆର । ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ହେଉଛି ଆମ ମନ୍ତ୍ର ।’
ପିଏମ୍ ମୋଦୀ କହିଛନ୍ତି, ଭାରତର ଇଣ୍ଡୋ ପେସିଫିକ୍ ଇନିସିଏଟିଭରେ ଆସିଆନର ପ୍ରମୁଖ ସ୍ଥାନ ରହିଛି । ଆସିଆନ୍ ହେଉଛି ଭାରତର ଇଷ୍ଟ ପଲିସିର ପ୍ରମୁଖ ସ୍ତମ୍ବ । ଆଜି ବିଶ୍ୱରେ ଅନିଶ୍ଚିତତା ମାହୋଲ୍ ଥିବା ବେଳେ ପରସ୍ପର ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ।
ଭାରତର ଚନ୍ଦ୍ରଯାନ-୩ ପରେ ଜହ୍ନ ଅଭିମୁଖେ ଜାପାନ, ଆସନ୍ତା ବର୍ଷ ଆରମ୍ଭରେ ସଫ୍ଟ ଲ୍ୟାଣ୍ଡିଂ ଲକ୍ଷ୍ୟ
ଜାକର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବା ପରେ ସେଠାରେ ତାଙ୍କୁ ପାରମ୍ପରିକ ଶୈଳୀରେ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ଆସିଆନ୍ ସମ୍ମିଳନୀରେ ସାମିଲ୍ ହୋଇଛନ୍ତି ।
ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଆସିଆନ୍ ସମ୍ମିଳନୀ ୮ ତାରିଖ ଯାଏ ଚାଲିବ । ଆସିଆନରେ ମାଲେସିଆ, ଇଣ୍ଡୋନେସିଆ, ମିଆଁମାର, ଭିଏତନାମ, କମ୍ବୋଡିଆ, ଫିଲିପ୍ପାଇନ୍ସ, ବ୍ରୁନେଇ, ଥାଇଲାଣ୍ଡ, ଲାଓସ ଓ ସିଙ୍ଗାପୁର ଆଦି ଦେଶ ରହିଛନ୍ତି ।
ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ASI, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
ବିଦେଶ ମନ୍ତ୍ରଣାଳୟ ଅନୁସାରେ, ୨୦୨୨-୨୩ ବର୍ଷରେ ଭାରତ ଓ ଆସିଆନ୍ ଦେଶ ମଧ୍ୟରେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇଛି । ଏହା ପୂର୍ବରୁ ପିଏମ୍ ମୋଦୀ ୯ଥର ଆସିଆନ୍ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଚଳିତ ଆସିଆନ୍ ସମ୍ମିଟରେ ଇଣ୍ଡୋନେସିଆ ସ୍ୱତନ୍ତ୍ର ଇଭେଣ୍ଟ ଆୟୋଜନ କରିଛି । ଯାହାର ନାଁ ରହିଛି, ଇଣ୍ଡୋ ପେସିଫିକ୍ ଫୋରମ୍ ।