ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଆଧାର ଅପ୍‌ଡେଟ ପାଇଁ ଡେଡ୍‌ଲାଇନ୍‌ରେ ବୃଦ୍ଧି, ସେପ୍ଟେମ୍ବର ୧୪ ଯାଏଁ କରିପାରିବେ ଅପଡେଟ୍

ନୂଆଦିଲ୍ଲୀ,୦୯/୦୯: ଆଧାର ଅପ୍‌ଡେଟ କରାଇବା ଲାଗି ସମୟ ଅବଧିକୁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି  ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ୩ ମାସ ବୃଦ୍ଧି କରିଛି ।  ଫଳରେ ଡିସେମ୍ବର ୧୪ ଯାଏ ଲୋକମାନେ ମାଗଣାରେ ଆଧାର ଅପ୍‌ଡେଟ୍‌ କରିପାରିବେ । ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବନି । ଏହି ସମୟ ଅବଧି ପରେ ଆଧାର ଅପଡେଟ କରାଇବା ଉପରେ ଦେୟ ଭରିବାକୁ  ପଡ଼ିବ । ପ୍ରଥମେ ଏହି ସୀମା ଜୁନ ୧୪ ଯାଏ ଥିଲା । ଏହାକୁ  ସେପ୍ଟେମ୍ବର ୧୪ ଯାଏ ବୃଦ୍ଧି କରାଯାଇଥିଲା । ପୁଣି ଥରେ ଏହି ଡେଡ୍‌ଲାଇନ୍‌ରେ ବୃଦ୍ଧି କରାଯାଇଛି । 

୧୦ ବର୍ଷ ପୂର୍ବରୁ ଆଧାର ନେଇଥିଲେ ଏହାକୁ ଅପଡେଟ୍‌ କରାଇ ନ ଥିବା ଲୋକମାନେ ଏହା ଦ୍ୱାରା ଉପକୃତ ହେବେ । ଆଧାର ଅପ୍‌ଡେଟ୍‌ କରାଇବା ଲାଗି ୟୁଜର୍‌ଙ୍କୁ ୟୁଆଇଡିଏଆଇ ଅଫିସିଆଲ ୱେବସାଇଟର ମାଇଁ ଆଧାରକୁ ଯାଇ ନିଜର ତଥ୍ୟ ପ୍ରଦାନ କରି ଅପଡେଟ କରାଇବାକୁ ପଡ଼ିବ । ଡେମୋଗ୍ରାଫିକ ଡାଟାର ଅନ୍‌ଲାଇନ ଅପଡେଟ ହୋଇପାରିବ । ନିଜେ ଆଧାର ଅପଡେଟ  କରାଇ ନ ପାରିଲେ ନିକଟସ୍ଥ ଆଧାର ସେଣ୍ଟର ଯାଇ ଏହା  କରାଇପାରିବେ । ମାତ୍ର ଡେମୋଗ୍ରାଫିକ ଅପଡେଟ ପାଇଁ  ଗ୍ରାହକଙ୍କୁ ୫୦ ଟଙ୍କା ଦେବାକୁ ପଡ଼ିବ । ଅନଲାଇନ ଆଧାର  ଅପଡେଟ କରାଇବା ଲାଗି ମୋବାଇଲ ନମ୍ବର ଅପ୍‌ଡେଟ୍‌  ହୋଇଥିବା ଆବଶ୍ୟକ । ମୋବାଇଲ ନମ୍ବରକୁ ଆଧାର  ସେଣ୍ଟରରେ ଅପ୍‌ଡେଟ୍‌ କରାଯାଇପାରିବ

Copyright © 2022 - Summa Real Media Private Limited. All Rights Reserved.