ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ପୁଣି ଥରେ କୋର୍ଟରେ ପହଞ୍ଚିଲା ଆଦାନୀ-ହିଡେନବର୍ଗ ମାମଲା , ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ରିଭ୍ୟୁ ପିଟିସନ

Published By : Prameya | February 13, 2024 7:11 PM

ନୂଆଦିଲ୍ଲୀ : ଆମେରିକାର ସର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ଓ ଗୌତମ ଆଦାନୀ ଗ୍ରୁପର ବିବାଦର ମାମଲା ପୁଣି ଥରେ କୋର୍ଟରେ ପହଞ୍ଚିଛି। ବାସ୍ତବରେ , ସେୟାର ବଜାର ନିୟାମକ ସେବିର ଯାଞ୍ଚକୁ ସବୁଜ ପତାକା ଦେଇଥିବା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷାର ପିଟିସନ ଦାଏର କରାଯାଉଛି। ଏହି ପିଟିସନ ଅନାମିକା ଜୟସୱାଲ ଦାଏର କରିଛନ୍ତି।

ଆବେଦନକାରୀ ଅନାମିକା ଜୟସୱାଲ ତର୍କ ଦେଇଛନ୍ତି କି, ୩ ଜାନୁଆରୀରେ ସୁପ୍ରିମକୋର୍ଟ ଦ୍ୱାରା ପାରିତ ଆଦେଶର ସମୀକ୍ଷାର ପର୍ଯ୍ୟାପ୍ତ ଆଧାର ରହିଛି। ସୁପ୍ରିମକୋର୍ଟର କିଛି ସକରାତ୍ମକ ବୟାନ ସତ୍ତ୍ୱେ ଆଦାନୀ ଗ୍ରୁପ୍‌ ସିକ୍ୟୁରିଟିଜ୍‌ ଲ’ ର ଉଲ୍ଲଙ୍ଘନ କରିଛି ନା ନାହିଁ , ସେବିର ଏହି ଯାଞ୍ଚ ଏବେ ବି ଜାରି ରହିଛି। ଆବେଦନକାରୀଙ୍କ ମୁତାବିକ, ସେବି ନିଜର ସ୍ଥିତି ରିପୋର୍ଟରେ କେବଳ ୨୪ଟି ଯାଞ୍ଚ ସ୍ଥିତିକୁ ପୂର୍ଣ୍ଣ ବା ଅପୂର୍ଣ୍ଣ ଭାବେ କରିଛି। ଯେବେସୁଦ୍ଧା ସେବି ଯାଞ୍ଚର ନିଷ୍କର୍ଷକୁ ସାର୍ବଜନିକ ରୂପେ ରିପୋର୍ଟ କରାଯାଇ ନାହିଁ , ସେପର୍ଯ୍ୟନ୍ତ ଏହି ସ୍ଥିର କରାଯାଇ ପାରିବ ନାହିଁ କି, କୌଣସି ନିୟାମକ ବିଫଳତା ହୋଇ ନାହିଁ। 

କହି ରଖୁଛୁ କି, ସୁପ୍ରିମକୋର୍ଟ ଜାନୁଆରୀରେ ସେବିର ୩ ମାସରେ ଯାଞ୍ଚ ପୂରା କରିବାକୁ କହିଥିଲା। ସେବି ନିଜର ଷ୍ଟାଟସ୍‌ ରିପୋର୍ଟରେ କହିଛି କି, ୨୪ଟି ମଧ୍ୟରୁ ୨୨ଟି ଯାଞ୍ଚ ଅନ୍ତିମ ଥିଲା ଏବଂ ୨ ଟି ମାମଲାର ଯାଞ୍ଚ ହେଉଛି। ସେବିର ୨୨ଟି ମାମଲାରେ ସେୟାରର ଦାମରେ ହେରଫେର ଦୁଇଟି, ସମ୍ୱନ୍ଧିତ ପାର୍ଟି ନେଣଦେଣ (ଆରଟିପି)ର ଖୁଲାସା କରିବାରେ ବିଫଳତାରେ ୧୩ , ଆଭ୍ୟନ୍ତରୀଣ ବ୍ୟାପାର ନିୟମର ଉଲ୍ଲଙ୍ଘନରେ ୫ ଓ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ଓ ଅଧିଗ୍ରହଣ ଉପରେ ନିୟମର ଉଲ୍ଲଙ୍ଘନ ଉପରେ ଗୋଟିଏ ଗୋଟିଏ ରିପୋର୍ଟ ସାମିଲ ଅଛି। 

ଉଲ୍ଲେଖନୀୟ ଯେ,ଗତ ବର୍ଷ ଜାନୁଆରୀ ମାସରେ ସର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚର ଏକ ରିପୋର୍ଟ, ଆଦାନୀ ଗ୍ରୁପ୍‌ ଉପରେ ଅନେକ ଗୁରୁତର ଅଭିଯୋଗ ଲଗାଯାଇଛି। ଅଭିଯୋଗ ଲଗାଯାଇଛି କି, ଆଦାନୀ ଗ୍ରୁପ୍‌ ନିଜ ସେୟାରର ଦାମ୍‌ ବଢାଇ ଦେଇଥିଲା। ଏହି ଅଭିଯୋଗ ପ୍ରକାଶିତ ହେବା ପରେ ଆଦାନୀ ଗ୍ରୁପର କମ୍ପାନୀ ଗୁଡ଼ିକର ସେୟାର ମୂଲ୍ୟରେ ୧୦୦ ବିଲିୟନ ଆମେରିକୀୟ ଡଲାରର ପ୍ରବଳ ହ୍ରାସ ଘଟିଛି। ସେପଟେ ଆଦାନୀ ଗ୍ରୁପ୍‌ ଅଭିଯୋଗକୁ ମିଛ କହି ଖାରଜ କରି ଦେଇଥିଲା ଏବଂ କହିଥିଲା କି, ସେ ସବୁ ଆଇନ ଓ ଡିସ୍କୋଲୋଜରର ଆବଶ୍ୟକତାର ଅନୁପାଳନ କରିଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.