ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ତଥ୍ୟ ସଂଗ୍ରହ ଆରମ୍ଭ କଲା ଆଦିତ୍ୟ, ମହାକାଶ ପାଣିପାଗ ସଂକ୍ରାନ୍ତ ସୂଚନା ମିଳିବ

ନୂଆଦିଲ୍ଲୀ, ୧୯।୯: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍‌-୧ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛି । ଏଣିକି ମହାକାଶର ପାଣିପାଗ ବାବଦରେ ତଥ୍ୟ ମିଳିପାରିବ । ଇସ୍ରୋ ସୋମବାର କହିଛି ଯେ ମହାକାଶ ଯାନ ଆଦିତ୍ୟ ଏଲ୍‌-୧ରେ ଲାଗିଥିବା ସୁପ୍ରା ଥର୍ମାଲ୍‌ ଏବଂ ଏନର୍ଜେଟିକ୍‌ ପାର୍ଟିକଲ୍‌ ସ୍ପେକ୍ଟ୍ରୋମିଟର ବା ‘ଷ୍ଟେପ୍‌ସ’ ଉପକରଣକୁ ସେପ୍ଟେମ୍ବର ୧୦ରେ ପୃଥିବୀଠାରୁ ୫୦ ହଜାର କିଲୋମିଟର ଦୂରରୁ ସକ୍ରିୟ କରାଯାଇଥିଲା । ଏଥିରୁ ମିଳିବାକୁ ଥିବା ଡାଟା ଦ୍ୱାରା ସୂର୍ଯ୍ୟରୁ ଉଠୁଥିବା ଝଡ଼ ଏବଂ ମହାକାଶର ପାଣିପାଗ ନେଇ ସୂଚନା ମିଳିପାରିବ । 

ଷ୍ଟେପ୍‌ସ ଉପକରଣ ଆଦିତ୍ୟ ସୋଲାର୍‌ ୱିଣ୍ଡ (ସୌର ଝଡ଼) ପାର୍ଟିକଲ୍‌ ଏକ୍ସପେରିମେଣ୍ଟ ବା ‘ଆସ୍‌ପେକ୍ସ’ ପେଲୋଡ୍‌ର ଅଂଶବିଶେଷ । ଷ୍ଟେପ୍‌ସରେ ୬ଟି ସେନ୍‌ସର ଲାଗିଛି । ପ୍ରତ୍ୟେକ ସେନ୍‌ସର ପୃଥକ୍‌ ପୃଥକ୍‌ ଦିଗରେ ନିରୀକ୍ଷଣ କରିବ ଏବଂ ୧ ଏମ୍‌ଇଭିରୁ ଅଧିକ ଇଲେକ୍ଟ୍ରନ୍‌ ବ୍ୟତୀତ ୨୦ କେଇଭି/ନ୍ୟୁକ୍ଲିୟନ୍‌ରୁ ଆରମ୍ଭ କରି ୫ ଏମ୍‌ଇଭି/ନ୍ୟୁକ୍ଲିୟନ୍‌ ପର୍ଯ୍ୟନ୍ତ ସୁପ୍ରା-ଥର୍ମାଲ୍‌ ଏବଂ ଏନର୍ଜେଟିକ୍‌ ଆୟନ୍‌କୁ ମାପିବ । ଇସ୍ରୋ ଆଜି ମହାକାଶ ଯାନକୁ ରାତି ପ୍ରାୟ ୨ଟାରେ ଟ୍ରାନ୍ସଲାଙ୍ଗ୍‌ରାଞ୍ଜିୟନ୍‌ ପଏଣ୍ଟ ୧ରେ ପ୍ରବେଶ କରାଇଛି । ଏଥିଲାଗି ଯାନର ଥ୍ରଷ୍ଟର୍‌କୁ କିଛି ସମୟ ପାଇଁ ଫାୟାର କରାଯାଇଥିଲା । 

ଟ୍ରାନ୍ସ ଲାଙ୍ଗରାଞ୍ଜିୟନ୍‌ ପଏଣ୍ଟ ୧ ପ୍ରବେଶ ଅର୍ଥ ମହାକାଶ ଯାନକୁ ପୃଥିବୀର କକ୍ଷପଥରୁ ଲାଙ୍ଗ୍‌ରାଞ୍ଜିୟନ୍‌ ପଏଣ୍ଟ ୧ ବା ଏଲ୍‌-୧ ପଏଣ୍ଟ ଅଭିମୁଖେ ପଠାଇବା । ଏଠାରୁ ଆଦିତ୍ୟ ଏଲ୍‌-୧ ନିଜ ୧୫ ଲକ୍ଷ କିଲୋମିଟର ଯାତ୍ରା ଆରମ୍ଭ କରିବ । ୪ ମାସ ପରେ ବା ୨୦୨୪ ଜାନୁଆରୀରେ ଏହା ଏଲ୍‌-୧ ପଏଣ୍ଟରେ ପହଞ୍ଚିବ । ସୂର୍ଯ୍ୟ ଅଭିଯାନ ଆଦିତ୍ୟ ଏଲ୍‌-୧କୁ ସେପ୍ଟେମ୍ବର ୨ ପୂର୍ବାହ୍ନ ୧୧ଟା ୫୦ରେ ପିଏସ୍‌ଏଲ୍‌ଭି-ସି୫୭ର ଏକ୍ସଏଲ୍‌ ଭର୍ସନ୍‌ ରକେଟ୍‌ ଜରିଆରେ ପ୍ରକ୍ଷେପଣ କରାଯାଇଥିଲା ।

Aditya L1
ISRO

Copyright © 2022 - Summa Real Media Private Limited. All Rights Reserved.