ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଅସଲି ଏନସିପି: ନିର୍ବାଚନ ଆୟୋଗ

Image Courtesy: abplive

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଅସଲି-ନକଲି ଖେଳ ଜାରି ରହିଛି । ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ଅସଲି ଶିବସେନା ବୋଲି ରାଜ୍ୟପାଳ ନିଷ୍ପତ୍ତି ନେଇଥିବା ବେଳେ ଏବେ କିଏ ଅସଲି ଏନସିପି ସେନେଇ ଖବର ଆସିଛି । ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଅସଲି ଏନସିପି । ଏହି ନିଷ୍ପତ୍ତି ଶୁଣାଇଛନ୍ତି ନିର୍ବାଚନ ଆୟୋଗ । ଅଜିତ ପାଓ୍ବାରଙ୍କ ଲାଗି ଏହା ବଡ଼ ବିଜୟ ହୋଇଥିବା ବେଳେ ଦାଦା ଶରଦ ପାଓ୍ବାରଙ୍କୁ ଝଟକା ଲାଗିଛି । ଶରଦ ପାଓ୍ବାରଙ୍କ ହାତରୁ ଏନସିପି ଯାଇଥିବା ବେଳେ ନିଜ ଦଳର ନାମ ପରିବର୍ତ୍ତନ କରିବାକୁ ନିର୍ବାଚନ ଆୟୋଗ ତାଙ୍କୁ ଅନୁମତି ଦେଇଛନ୍ତି ।

ସୂଚନାଯୋଗ୍ୟ, ୨ ଜୁଲାଇ ୨୦୨୩ରେ ଏନସିପି ଦୁଇ ଫାଳ ହୋଇଥିଲା । ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିଲା ପାଓ୍ବାର ଶୋ’ । ଦାଦା ଶରଦ ପାଓ୍ବାର ଏବଂ ପୁତୁରା ଅଜିତ ପାଓ୍ବାରଙ୍କ ମଧ୍ୟରେ ଟକ୍କର ହୋଇଥିଲା । ନିଜ ଗୋଷ୍ଠୀର ବିଧାୟକଙ୍କୁ ନେଇ ଏନଡିଏରେ ସାମିଲ ହେବା ସହ ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଅଜିତ ପାଓ୍ବାର । ସେ ବିଜେପି ଏବଂ ଏକନାଥ ସିନ୍ଦେଙ୍କ ସରକାରରେ ସାମିଲ ହୋଇଥିଲେ । 

ଏନସିପିରୁ ଅଲଗା ହେବା ପରେ ତାଙ୍କ ଗୋଷ୍ଠୀ ହିଁ ପ୍ରକୃତ ଏନସିପି ବୋଲି ଦାବି କରିଥିଲେ ଅଜିତ । ଏହା ପରେ ଏହି ମାମଲା ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚିଥିଲା । ଦୁଇ ଗୋଷ୍ଠି ନିଜ ନିଜ ସପକ୍ଷରେ ଡକ୍ୟୁମେଣ୍ଟ ଦେଇଥିଲେ । ଆଉ ଏବେ ଅସଲି ଏନସିପି ଟାଇଟଲ ଅଜିତ ପାଓ୍ବାରଙ୍କ ଗୋଷ୍ଠୀକୁ ଦେଇଛନ୍ତି ନିର୍ବାଚନ ଆୟୋଗ ।   

 

 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.