ଅଲିଗଡ଼ : ଦୀପାବଳିରେ ଚାକିରିଆ ଓ ବ୍ୟବସାୟୀଙ୍କ ମନ ଖୁସି ଥାଏ। କାରଣ ଏହି ସମୟରେ ତାଙ୍କୁ ସଂପୃକ୍ତ ସଂସ୍ଥା ତଥା ଅଫିସ ତରଫରୁ ବୋନସ୍ ମିଳିବାର ଆଶା ଥାଏ। ଲୋକଙ୍କର ବ୍ୟାଙ୍କ ଆକାଉଣ୍ଟ ଏହି ସମୟରେ ପୂରିଲା ପୂରିଲା ଲାଗେ। କିନ୍ତୁ ଅଲିଗଡ଼ରେ ଜଣେ ବ୍ୟକ୍ତିଙ୍କ ସହ ଏମିତି ଏକ ଅଜବ ଘଟଣା ଘଟିଛି। ସେ ହଠାତ୍ କୋଟିପତି ହୋଇ ଯାଇଛନ୍ତି। ଦୀପାବଳି ଅବସରରେ ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଦୁଇ ଦିନରେ ୪କୋଟି ୭୮ ଲକ୍ଷ ଟଙ୍କା ଆସିଛି । ଟଙ୍କା ଆସିବାର ମେସେଜ ପରେ ମେସେଜ ଆସିବାରେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିବାରୁ ସେଥିରେ କେଉଁଠୁ ଟଙ୍କା ଆସିବାର ଦେଖିବାକୁ ପାଇଥିଲେ।
ଏତେ ବଡ଼ ପରିମାଣର ରାଶି ଆକାଉଣ୍ଟରେ ଦେଖି ବ୍ୟକ୍ତିଜଣଙ୍କ ହଡ଼ବଡ଼େଇ ଗଲେ। ଯେବେ ସେ ଏହି ଖବର ବ୍ୟାଙ୍କର ମ୍ୟାନେଜରଙ୍କୁ ଦେଲେ ସେ ମଧ୍ୟ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ। ସ୍ଥାନୀୟ ପୁଲିସୁ ସେ ଉକ୍ତ ମାମଲା ବିଷୟରେ ଜଣାଇଲେ। ସାଇବର ସେଲ୍ ମଧ୍ୟ ଯାଞ୍ଚରେ ଲାଗି ଗଲେ। ହେଲେ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇ ପାରି ନାହିଁ କି ଏତେ ରାଶି କେଉଁଠୁ ଆସିଲା।
ଖବର ଅନୁସାରେ , ଅଲିଗଡ଼ର ଉପର ନଗର କୋତବାଲୀ ଅଞ୍ଚଳର ଭୁଜପୂରା ନିବାସୀ ଅସଲମ ,ଦୀପାବଳି ଅବସରରେ ହଠାତ୍ ଦୁଇ ଦିନରେ କୋଟିପତି ପାଲଟି ଯାଇଛନ୍ତି। ଅସଲମ୍ କହିଛନ୍ତି କି, ତାଙ୍କ ଆଇଡିଏଫସି ଓ ୟୁକୋ ବ୍ୟାଙ୍କ୍ର ଦୁଇଟି ଆକାଉଣ୍ଟକୁ ହଠାତ୍ ୪କୋଟି ୭୮ ଲକ୍ଷ ଟଙ୍କା ଆସି ଯାଇଥିଲା। ଏତେ ପରିମାଣର ଅର୍ଥ ରାଶି ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଅସଲମ୍ ସଂପୃକ୍ତ ମାମଲାର ଅଭିଯୋଗ ସମ୍ୱନ୍ଧିତ ବ୍ୟାଙ୍କ ମ୍ୟାନେଜର ଓ ସଂପୃକ୍ତ ଅଞ୍ଚଳର ପୁଲସରେ କରିଥିଲେ। ଅସଲମ୍ଙ୍କ ଦ୍ୱାରା ଦିଆ ଯାଇଥିବା ଡିଟେଲ ଅନୁସାରେ, ୧୧ ଓ ୧୨ ନଭେମ୍ୱରରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ଆରମ୍ଭ ହୋଇ ଯାଇ ଥିଲା। ଅସଲମ କହିଛନ୍ତି, ତାଙ୍କର ଆଇଡିଏଫସି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଥାଏ ଏବଂ ୟୁକୋ ବ୍ୟାଙ୍କକୁ ଟ୍ରାନ୍ସଫର ହୋଇଯାଏ। ଏହି ପ୍ରକ୍ରିୟା ୟୁକୋ ବ୍ୟାଙ୍କରୁ ଆଇଡିଏଫସି ବ୍ୟାଙ୍କ ଆକାଉଣ୍ଟରେ ହେଉଛି। ବ୍ୟାଙ୍କ ଡିଟେଲ୍ ବାହାରିଲା ପରେ ଅଲଗା ଅଲଗା ଅଜଣା ଆକାଉଣ୍ଟରୁ ଛୋଟ ବଡ଼ ରାଶି ଟ୍ରାନ୍ସଫର ହୋଇଥିବା ଦେଖିବାକୁ ମିଳିଛି।