ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଧନୀ ହେଉଛନ୍ତି ଆଞ୍ଚଳିକ ଦଳ: ୧୦ ଦଳର ସମ୍ପତ୍ତି ବଢ଼ିଛି ୪୯%, ବିଜେଡି ତୃତୀୟ ଧନୀ

ଭୁବନେଶ୍ୱର,୦୩/୧୨: ଆୟ ପରିମାଣ ବଢ଼ି  ବଢ଼ି ଚାଲିଛି । ଧନ ବଢ଼ାଇ ଚାଲିଛନ୍ତି ଦେଶର ଆଞ୍ଚଳିକ  ଦଳ । ୨୦୨୦-୨୧ରେ ୧୦ ପ୍ରମୁଖ ଆଞ୍ଚଳିକ ଦଳର  ସମ୍ପତ୍ତି ପରିମାଣ ଯେତିକି ଥିଲା, ୨୦୨୧-୨୨ ଆର୍ଥିକ  ବର୍ଷରେ ସେଥିରେ ଅଧିକ ୪୮.୪୮ ପ୍ରତିଶତ ସମ୍ପତ୍ତି ଯୋଡ଼ିଛନ୍ତି । ସମାଜବାଦୀ ପାର୍ଟି ଦେଶର ସବୁଠୁ ଧନୀ  ଆଞ୍ଚଳିକ ଦଳ ହୋଇଥିଲା ବେଳେ ଦ୍ୱିତୀୟ ସ୍ଥାନରେ  ତେଲଙ୍ଗାନାର ବିଆରଏସ୍‌ ରହିଛି । ବିଜୁ ଜନତା ଦଳ  ଦେଶର ତୃତୀୟ ଧନୀ ଆଞ୍ଚଳିକ ଦଳ ହୋଇଛି ।  ଆସୋସିଏସନ ଫର ଡେମୋକ୍ରାଟିକ୍‌ ରିଫର୍ମସ  (ଏଡିଆର) ରିପୋର୍ଟ ଏହା କହୁଛି । 

ଏଡିଆର ରିପୋର୍ଟ ଦର୍ଶାଇଛି, ଦେଶର ପ୍ରମୁଖ ୪୪  ଆଞ୍ଚଳିକ ଦଳର ସତ୍ୟପାଠ କହୁଛି ଯେ, ୨୦୨୦- ୨୧ରେ ଏମାନଙ୍କର ମୋଟ ସମ୍ପତ୍ତି ପରିମାଣ ଥିଲା  ୨୨୪୯.୨୫ କୋଟି । ୨୦୨୧-୨୨ ରେ ଏହାର ପରିମାଣ  ୩୦୦୦.୬୨ କୋଟି ଟଙ୍କା (୩୭ ଦଳର) । ଦେଶର  ପ୍ରମୁଖ ୧୦ ଆଞ୍ଚଳିକ ଦଳର ସମ୍ପତ୍ତି ୨୦୨୦-୨୧ରେ  ୧୯୫୯.୩୫୧ କୋଟି ଥିଲା ବେଳେ ୨୦୨୧-୨୨ରେ  ଏହାର ପରିମାଣ ୨୯୦୯.୧୮୬ କୋଟି ଛୁଇଁଥିଲା । ଯାହାକି  ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୪୯% ଅଧିକ ।  ସମାଜବାଦୀ ପାର୍ଟିର ସମ୍ପତ୍ତି ପରିମାଣ ୫୬୧.୪୬  କୋଟି ଥିଲା ବେଳେ ବିଆରଏସ୍‌ର ୫୧୨.୨୪ କୋଟି ।  ସମାଜବାଦୀ ପାର୍ଟି ୨୦୨୦-୨୧ ତୁଳନାରେ ୧.୨୩%  ସମ୍ପତ୍ତି ବଢ଼ାଇଛି । ବିଆରଏସ୍‌ ନିଜ ସମ୍ପତ୍ତି ପରିମାଣ  ୬୦% ବୃଦ୍ଧି କରିପାରିଛି । ୨୦୨୧-୨୨ରେ ବିଜେଡିର  ସମ୍ପତ୍ତି ୪୭୪.୪୨ କୋଟି ଥିଲା, ଯାହାକି ୨୦୨୦-୨୧  ତୁଳନାରେ ୧୪୩.୯୨% ଅଧିକ । ୨୦୨୦-୨୧ରେ ଦଳର  ସମ୍ପତ୍ତି ପରିମାଣ ଥିଲା ୧୯୪.୪୯୫ କୋଟି ଟଙ୍କା ।  ସେହିଭଳି ଡିଏମକେ ନିଜ ସମ୍ପତ୍ତିରେ ଅଧିକ  ୨୪୪.୮୮% ଯୋଗ କରିଥିଲା ବେଳେ ଆପ୍‌ ୭୧.୭୬%  ସମ୍ପତ୍ତି ବୃଦ୍ଧି କରିବାରେ ସକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.