ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଟିଆରେ ଆନ୍ଧ୍ରର ପୁଣି ଅନୁପ୍ରବେଶ: ପ୍ରଥମେ ମୋବାଇଲ୍‌ ଟାୱାର୍‌, ଏବେ ଡାକସେବା

କୋରାପୁଟ,୦୩/୧୨: କୋରାପୁଟ ଜିଲ୍ଲା  ପଟାଙ୍ଗୀ ବ୍ଲକ୍‌ର କୋଟିଆ ପଞ୍ଚାୟତରେ ପୁଣି  ଅନୁପ୍ରବେଶ କରିଛି ଆନ୍ଧ୍ର । କିଛିଦିନ ତଳେ ଉପରସେମ୍ବି ଗାଁରେ ମୋବାଇଲ୍‌ ଟାୱାର ସ୍ଥାପନ  କରିଥିବା ବେଳେ ଏବେ ଏକ ବିଜୁ ପକ୍କା ଘରେ  ଆରମ୍ଭ କରିଛି ଡାକସେବା । ଏ ସମ୍ପର୍କରେ ଜାଣିବା  ପରେ ରାଜସ୍ୱ ବିଭାଗ ପକ୍ଷରୁ ସମ୍ପୃକ୍ତ ଡାକଘରକୁ  ବନ୍ଦ କରାଯାଇଛି । ଜିଲ୍ଲା ପ୍ରଶାସନର ବାରମ୍ବାର  ତାଗିଦ୍‌ ସତ୍ତେ୍ୱ ବିବାଦ ସୃଷ୍ଟି କରୁଛି ଆନ୍ଧ୍ର ।  

କୋଟିଆରେ ଦୀର୍ଘ ୪୫ବର୍ଷ ହେବ ଡାକଘର  ରହିଛି । ଏଠାରେ ଦ୍ୱିତୀୟ ଡାକଘର ଖୋଲିବାର  କୌଣସି ଯଥାର୍ଥ ନାହିଁ । ତଥାପି ଆନ୍ଧ୍ର ବାରମ୍ବାର  ଏଭଳି ବିଶୃଙ୍ଖଳା ସୃଷ୍ଟି କରୁଛି । ସ୍ଥାନୀୟ ପ୍ରଶାସନ  କିମ୍ବା ରାଜ୍ୟ ସରକାର କଡ଼ା ଜବାବ୍‌ ଦେଉନଥିବାରୁ  ଏଭଳି ସ୍ଥିତି ସୃଷ୍ଟି ହେଉଥିବା ବୁଦ୍ଧିଜୀବୀ କହିଛନ୍ତି । କୋଟିଆରେ ପଟ୍ଟାଙ୍ଗି ଉପଡାକଘର  ଅଧୀନରେ ଦୀର୍ଘ ୪୫ବର୍ଷ ହେବ ଏକ  ଡାକଘର ରହିଛି । ଅଞ୍ଚଳବାସୀଙ୍କୁ ଏହା ସେବା  ଯୋଗାଇ ଆସୁଛି । ଅଞ୍ଚଳର ପିନ୍‌କୋର୍ଡ  ହେଉଛି-୭୬୪୦୩୯ । 

କୋଟିଆର ପୋଷ୍ଟଲ୍‌  ଇଣ୍ଡେକ୍ସ କୋର୍ଡ ଅନୁସାରେ ଏହି ଅଞ୍ଚଳ  ଓଡ଼ିଶାର ବୋଲି କେନ୍ଦ୍ର ସରକାର ସ୍ୱୀକୃତି  ପ୍ରଦାନ କରିଛନ୍ତି । ଅଥଚ ଆନ୍ଧ୍ର ଅଧିକାରୀମାନେ  କୋଟିଆ ପଞ୍ଚାୟତର ଉପରସେମ୍ବି ଗାଁର ରୂପା  ଗେମେଲ୍‌ଙ୍କ ବିଜୁ ପକ୍କା ଘରେ ଗତ ଗୁରୁବାର  ଏକ ଡାକଘର ଖୋଲିବାକୁ ଉଦ୍ୟମ କରିଥିଲେ ।  ସମ୍ପୃକ୍ତ ଘରକୁ ରଙ୍ଗମାରି ଡାକଘରର ରୂପ  ଦେଇଥିଲେ । ତେଲୁଗୁ ଭାଷାରେ ଡାକଘର  ବୋଲି ଉଲ୍ଲେଖ କରିଥିଲେ । ଖବର ପାଇ  ସଙ୍ଗେ ସଙ୍ଗେ ସ୍ଥାନୀୟ ରାଜସ୍ୱ ଅଧିକାରୀମାନେ  ସେଠାରେ ପହଞ୍ଚିଥିଲେ । ବିରୋଧ କରି  ଆନ୍ଧ୍ରର କର୍ମଚାରୀଙ୍କୁ ଘଉଡ଼ାଇ ଦେଇଥିଲେ ।  ପୁଣିଥରେ ସମ୍ପୃକ୍ତ ଘରକୁ ଧଳାରଙ୍ଗ ମାରିଥିଲେ । 

ଏହି ଅଞ୍ଚଳ ଓଡ଼ିଶା ସରକାରଙ୍କ ଅଧୀନରେ  ଥିବା ବେଳେ ଲୋକେ ମଧ୍ୟ ରାଜ୍ୟ ସରକାରଙ୍କ  ସମସ୍ତ ସୁବିଧା ପାଉଛନ୍ତି । ତଥାପି ଆନ୍ଧ୍ର ଏଠାରେ  ଅନୁପ୍ରବେଶ କରିବାକୁ ବାରମ୍ବାର ଉଦ୍ୟମ କରୁଛି ।  ପୂର୍ବରୁ ମେଗା ହେଲ୍‌ଥ କ୍ୟାମ୍ପ୍‌ କରିବା ସହ ଏକ  ମୋବାଇଲ୍‌ ଟାୱାର ନିର୍ମାଣ କରିଛି । ବର୍ତ୍ତମାନ  ଆନ୍ଧ୍ର କେବଳ ଉପରସେମ୍ବି ଓ ତଳସେମ୍ବିଗାଁକୁ  ଗୁରୁତ୍ୱ ଦେଉଛି । ଅଧିକାରୀମାନେ ପୂର୍ବଭଳି ଆଉ  କୋଟିଆ ପଞ୍ଚାୟତ ମୁଖ୍ୟାଳୟକୁ ଆସୁନାହାନ୍ତି ।  ଉପରୋକ୍ତ ଦୁଇ ଗାଁ ସମେତ ଧୂଳିପଦର,  ଆରଜୁବାଲାସା, ତାଡ଼ିବାଲାସା ଓ ନେରେଡିବାଲାସା  ଗାଁରେ ବହୁ ସମୟରେ ଆନ୍ଧ୍ର ଅଧିକାରୀମାନେ  ରହୁଛନ୍ତି । ତେଣୁ ରାଜ୍ୟ ସରକାର ଏଥିପ୍ରତି  ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ ବୋଲି  ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.