ପ୍ରମୂଖ ଖବର

ମହିଳାଙ୍କ ଫଟୋରୁ ପୋଷାକ ଓହ୍ଲାଇବାର ଏଆଇ ଆପ୍ସ ହେଉଛି ଲୋକପ୍ରିୟ , ଚିନ୍ତା ବଢାଇଲା ରିପୋର୍ଟ

ନୂଆଦିଲ୍ଲୀ : ମହିଳାଙ୍କ ଫଟୋରୁ ତାଙ୍କର ପୋଷାକ ଓହ୍ଲାଉଥିବା ୱେବସାଇଟ୍‌ ଓ ଆପ୍‌ସ ଖୁବ୍‌ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଏହା ଏକ ଅଧ୍ୟୟନରେ ସାମନାକୁ ଆସିଛି । ଏହି ମୁତାବିକ କେବଳ ସେପ୍ଟେମ୍ୱରରେ ହିଁ ୨୪ ମିଲିୟନ ଲୋକ ଅନଡ୍ରେସିଂ ୱେବସାଇଟ୍‌କୁ ଭିଜିଟ୍‌ କରିଛନ୍ତି। ସୋସିଆଲ ନେଟୱର୍କ ଆନାଲିସିସ କମ୍ପାନୀ ଗ୍ରାଫିକା ଏହି ଅଧ୍ୟୟନ କରିଛି। ଏହି ଅନୁସାରେ , ଏହାର ବ୍ୟବହାର କରୁଥିବା ବ୍ୟକ୍ତଙ୍କ ମଧ୍ୟରେ ଅଧିକାଂଶ ନ୍ୟୁଡିଫାଇ ସର୍ଭିସେସ୍‌ର ମାର୍କେଟିଂ ପାଇଁ ଲୋକପ୍ରିୟ ସୋସିଆଲ ନେଟୱାର୍କ ବ୍ୟବହାର ହୋଇଛି। ବର୍ଷର ଆରମ୍ଭରୁ ଆଜିଯାଏ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହିପରି ଲିଙ୍କସର ଆଡ୍‌ରେ ୨୪୦୦ ପ୍ରତିଶତର ବୃଦ୍ଧି ଘଟିଛି। 

ସୋସିଆଲ ମିଡିଆରେ ପ୍ରମୋସନ – 

ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି କି, ଏହି ସର୍ଭିସେସ୍‌ ଏଆଇର ବ୍ୟବହାର କରି ଫଟୋକୁ ଏହିପରି ରିକ୍ରିଏଟ କରିଥାଏ, ଯେଉଁଥିରେ କୌଣସି ବି ବ୍ୟକ୍ତିର ପୋଷାକ ହଟେଇ ଦିଆଯାଇ ପାରେ। ଏଥିରେ ମଧ୍ୟ ବହୁତ ସର୍ଭିସେସ୍‌ କେବଳ ମହିଳାଙ୍କ ଫଟୋରେ କାମ କରିଥାଏ। ଏହି ଟୁଲ୍ସର ପ୍ରମୋସନ ରେଡିଟ୍‌ ଓ ଏକ୍ସ ଭଳି ସୋସିଆଲ ମିଡ଼ିଆ ସାଇଟ୍ସରେ କରାଯାଉଛି। ବିପଜ୍ଜନକ କଥା ଏହା କି , ଏହି ଆପ୍ସର ସାହାଯ୍ୟରେ କାହାର କି ଅଶ୍ଳୀଳ ଭିଡ଼ିଓ ତିଆରି କରାଯାଇ ପାରେ। ଏହାକୁ ଏହିଭଳି ବୁଝି ପାରିବା କି  ଡିପଫେକ୍‌ ପର୍ଣ୍ଣୋଗ୍ରାଫିରେ ମଧ୍ୟ ଏହାର ବ୍ୟବହାର ହୋଇପାରେ। 

କିଛି ବି ପ୍ରସ୍ତୁତ କରାଯାଇ ପାରେ –

ଗ୍ରାଫିକାରେ ଜଣେ ଆନାଲିଷ୍ଟ ସାଣ୍ଟିୟାଗୋ ଲାକାଟୋସ କହିଛନ୍ତି କି , ଏହା ସାହାଯ୍ୟରେ ଆପଣ ଏମିତି କିଛି ବି ତିଆରି କରିପାରିବେ , ଯାହା ଖୁବ୍‌ ରିୟଲିଷ୍ଟିକ ଦେଖାଯିବ। ଏହି ଆପ୍‌ରେ କ୍ରିଏଟ୍‌ କରାଯାଇ ଥିବା ଏକ ଫଟୋକୁ ଏକ୍ସରେ ସେୟାର କରାଯାଇଛି ଏବଂ ଏହାର ପ୍ରଚାର କରାଯାଉଛି। ଏହି ପୋଷ୍ଟ ମୁତାବିକ ଏମିତି ଫଟୋ ଅନଡ୍ରେସିଂ  ଆପ୍‌ ୟୁଜ କରି ତିଆରି କରାଯାଇ ପାରେ। ଏକ ଆପ୍‌ ୟୁଟ୍ୟୁବ୍‌ରେ ସ୍ପନ୍ସର କଣ୍ଟେଣ୍ଟ ପାଇଁ ପେମେଣ୍ଟ କରିଛି । ନ୍ୟୁଡିଫାଇ ସର୍ଚ୍ଚ କରିବାରେ ଏହା ପ୍ରଥମେ ନଜର ଆସିଥାଏ । ହେଲେ , ଗୁଗଲର ଜଣେ ପ୍ରବକ୍ତାଙ୍କ ମୁତାବିକ, କମ୍ପାନୀ ଏମିତି ବିଜ୍ଞାପନକୁ ଅନୁମତି  ଦେଇନଥାଏ, ଯେଉଁଥିରେ ସେକ୍ସୁଆଲ କଣ୍ଟେଣ୍ଟ ହୋଇଥାଏ । ପ୍ରବକ୍ତାଙ୍କ ମୁତାବିକ ଏହିପରି ଆଡ୍ସ ଗୁଗଲର ପଲିସ୍‌ର ଉଲ୍ଲେଙ୍ଘନ କରିଥାଏ ଏବଂ ତାଙ୍କୁ ରିମୁଭ  କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.