ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଜୁଏଲାରୀ ଶୋ’ରୁମ୍‌ରେ ବଡ଼ ଧରଣର ଲୁଟ୍ , ୨୦କୋଟି ଟଙ୍କାର ସୁନାଗହଣା ଲୁଟି ନେଲେ ଲୁଟେରା

ଦେରାଡୁନ୍ : ଉତ୍ତରାଖଣ୍ଡର ରାଜଧାନୀ ଦେରାଡୁନ୍‌ରେ ଗୁରୁବାର ଖୁବ୍‌ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏଠାରେ ପୁଲିସ ହେଡ୍‌କ୍ୱାର୍ଟରର ପାଖାପାଖି ୧୫-୨୦ କୋଟି ଟଙ୍କାର ଗହଣା ଲୁଟ୍‌ କରାଯାଇଛି। ଗ୍ରାହକ ସାଜି ଲୁଟେରାମାନେ ଶୋ’ରୁମ୍‌କୁ ଯାଇଥିଲେ। ବନ୍ଧୁକ ମୁନରେ ଦିନ ଦ୍ୱିପ୍ରହରରେ ଲୁଟ୍‌ ଘଟଣା ଘଟାଇ ଥିଲେ। 

ପୁଲିସ ମୁତାବିକ, ଚୋର ମାନେ ଜନଗହଳିପୂର୍ଣ୍ଣ ରାଜପୁର ରୋଡ ସ୍ଥିତ ରିଲାଏନ୍ସ ଜୁଏଲାରୀ ଷ୍ଟୋରରେ ପଶି ଥିଲେ। ସେମାନେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ବନ୍ଧକ କରି ରଖିଥିଲେ ଏବଂ ମାରପିଟି କରି ସେମାନଙ୍କୁ ସବୁ ଗହଣା ବ୍ୟାଗରେ ଭର୍ତ୍ତି କରିବାକୁ କହି ଥିଲେ। ଫେରାର ହେବା ପୂର୍ବରୁ ସେମାନେ ଗ୍ରାହକ ଓ କର୍ମଚାରୀଙ୍କ ହାତକୁ ପଛ କରି ବାନ୍ଧି ଦେଲେ। ତାଙ୍କୁ ଧମକ ଦେଇ ଥିଲେ କି ଅଧ ଘଣ୍ଟା ଯାଏ ବାହାରକୁ ନ ଯିବାକୁ କହିଥିଲେ। ସମସ୍ତଙ୍କୁ ଷ୍ଟୋରରେ ତିଆରି ଏକ କିଚେନ ରୁମ୍‌ରେ ବନ୍ଦ କରି ଦେଇଥିଲେ। 


ଏହି ଆଶ୍ଚର୍ଯ୍ୟକର ଘଟଣା ଏମିତି ସମୟରେ ହୋଇଛି , ଯେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି କାରଣରୁ ପୂରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଥିଲା। ରାଷ୍ଟ୍ରପତି ୨୩ତମ ଉତ୍ତରାଖଣ୍ଡ ସ୍ଥାପନା ଦିବସ ଉତ୍ସବରେ ଭାଗ ନେଇଥିଲେ, ଯାହା ପୁଲିସ ଲାଇନ୍ସରେ ଆୟୋଜିତ ହୋଇଥିଲା। ଷ୍ଟୋର ମ୍ୟାନେଜରଙ୍କର ଅଭିଯୋଗରେ କୋତବାଲି ପୁଲିସ ଆଇପିସି ର ବିଭିନ୍ନ ଧାରା ରୁଜୁ କରିଛନ୍ତି । ଲୁଟେରାଙ୍କ ଧରିବା ପାଇଁ ପୁଲିସ ଏକ ସ୍ପେଶାଲ ଟିମ୍‌ର ଗଠନ କରିଛି।

Copyright © 2022 - Summa Real Media Private Limited. All Rights Reserved.