ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଆର୍ଟିକଲ୍-୩୭୦’ ନିର୍ମାତାଙ୍କୁ ଝଟ୍‌କା, ଗଲ୍‌ଫ ଦେଶରେ ବ୍ୟାନ୍ ହେଲା ଫିଲ୍ମ

ନୂଆଦିଲ୍ଲୀ ୨୭/୦୨: ଗଲ୍‌ଫ ଦେଶରେ ବ୍ୟାନ୍‌ ହୋଇଛି ୟାମି ଗୌତମ ଷ୍ଟାରର୍‌ ଆକ୍ସନ୍‌ ପଲିଟିକାଲ୍‌ ଥ୍ରିଲର୍‌ ‘ଆର୍ଟିକଲ୍‌- ୩୭୦’ । ବାହାରିନ, କୁଏତ, ଇରାକ, ଓମାନ, କାତାର, ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସରେ ଏହାର ରିଲିଜ୍‌ ଉପରେ କଟକଣା ଲାଗୁ ହୋଇଛି । ଏ ପ୍ରକାର ସେନ୍ସରସିପ୍‌ ସାମ୍ନା କରିଥିବା ବର୍ଷର ଏହା ୨ୟ ଫିଲ୍ମ । ଏହା ପୂର୍ବରୁ ଋତ୍ୱିକ ରୋଶନ ଓ ଦୀପିକା ପାଦୁକୋନ ଷ୍ଟାରର୍‌ ‘ଫାଇଟର୍‌’କୁ ସଂଯୁକ୍ତ ଆରବ ଏମିରେଟ୍ସ ବାଦ୍‌ ଦେଲେ ଅନ୍ୟ ସମସ୍ତ ଗଲ୍‌ଫ ଦେଶରେ ବ୍ୟାନ୍‌ କରାଯାଇଥିଲା ।

ଆଦିତ୍ୟ ସୁହାସ ଜାମଭଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରାଜନୈତିକ ବିଷୟକୁ ପରଦାରେ ଉତାରିଛି । ଜାମ୍ମୁକାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାକୁ ରଦ୍ଦ କରିବାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଏହା ପର୍ଯ୍ୟବସିତ । ଫିଲ୍ମରେ ଅନେକ ବିଷୟ ପ୍ରଦର୍ଶିତ ହୋଇଛି, ଯାହାକୁ ନେଇ ଲୋକେ ଆଜି ବି ଅଜ୍ଞ । ବକ୍ସଅଫିସ୍‌ରେ ଏହା ଭଲ ପ୍ରଦର୍ଶନ କରୁଛି । ‘ଆର୍ଟିକଲ୍‌- ୩୭୦’ରେ ୟାମି ଜୁନି ହକସର ନାମ୍ନୀ ଜଣେ ଇଣ୍ଟେଲିଜେନ୍ସ ଅଫିସର ଭୂମିକା ନିର୍ବାହ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ନିକଟରେ ନିଜ ଭାଷଣରେ ଫିଲ୍ମ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ‘ମୁଁ ଶୁଣିଛି ଏ ସପ୍ତାହରେ ‘ଆର୍ଟିକଲ୍‌-୩୭୦’ ଉପରେ ଏକ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି । ଏହା ଭଲ କଥା । କାରଣ ଏହା ଦ୍ୱାରା ଲୋକଙ୍କୁ ସଠିକ୍‌ ତଥ୍ୟ ମିଳିପାରିବ ।’ ଚଳିତ ମାସ ୨୩ ତାରିଖରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମ ଦେଶରେ ୬ କୋଟି ୧୨ ଲକ୍ଷରୁ ଅଧିକ ବ୍ୟବସାୟ କରିଛି । ସପ୍ତାହାନ୍ତରେ ଏହା ବିଶ୍ୱସ୍ତରରେ ୩୪.୭୧ କୋଟି କଲେକ୍ସନ୍‌ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.